୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :-> କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍ରେ ହେଉନାହିଁ ଅନ୍ଲାଇନ୍ ବୁକିଂ । ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଉକ୍ତ ବସ୍ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, କିରିକୁଟି ଭଳିଏକାଧିକ ଗ୍ରାମବାସୀ ନିର୍ଭର କରନ୍ତି । ଭୋର ସମୟରୁ ବ୍ରହ୍ମପୁରରୁ ବାହାରି ଦାରିଙ୍ଗବାଡିରେ ସକାଳ ୧୦ଟାରେ ପହଞ୍ଚି ବାଲିଗୁଡା ଯାଉଥିବା ବେଳେ ସାଢେ ୧୨ଟା ମଧ୍ୟରେ ପୁଣି ବ୍ରହ୍ମପୁର ଅଭିମୁଖେ ବସ୍ଟି ଫେରୁଛି । ଅନ୍ଲାଇନ ଟିକେଟ ହେଉ ନ ଥିବା ବେଳେ ଅଫଲାଇନରେ ମଧ୍ୟ ଦାରିଙ୍ଗବାଡି, ସିମନବାଡି ପାଇଁ ଟିକେଟ ମିଳୁନାହିଁ ।
