ବାଦଭୂଇଁ ଗାଁରେ ହନ୍ତାହାତୀ ଆତଙ୍କ : ହାତୀ ଭାଙ୍ଗିଲା ଘର

ହାତୀ ଗାଁ ଛାଡି ଯାଉନଥିବା ବେଳେ, ହାତୀ ଘଉଡ଼ାଇବାରେ ଫେଲ ମାରିଛି ରଣପୁର ବନବିଭାଗ l

୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ରଣପୁର ରେଞ୍ଜରେ ଦିନକୁ ଦିନ ବଢୁଛି ହାତୀଙ୍କ ଉପଦ୍ରଵ l ବାଦଭୂଇଁ ଗାଁରେ ହନ୍ତାହାତୀ ଆତଙ୍କ l ହାତୀ ଉପଦ୍ରଵ ଭାଙ୍ଗିଲା ଘର l ଗତକାଲି ବିଳମ୍ବିତ ରାତିରେ ବାଦଭୂଇଁ ଗାଁରେ ପଶିଥିଲା ହାତୀ l ପାଣ୍ଡଵ ନାୟକଙ୍କ ଘର ଭାଙ୍ଗିଦେଇଥିବା ବେଳେ ଧାନ ଖାଇଦେଇଥିଲା ହାତୀ l

ଦନ୍ତା ହାତୀର ଉପଦ୍ରଵରେ ଭୟଭୀତ ଅବସ୍ଥାରେ ଅଛନ୍ତି ଅଂଚଳବାସି l ହାତୀ ଗାଁ ଛାଡି ଯାଉନଥିବା ବେଳେ ହାତୀ ଘଉଡ଼ାଇବାରେ ଫେଲ ମାରିଛି ରଣପୁର ବନବିଭାଗ l ଗ୍ରାମବାସୀ ହାତୀଙ୍କୁ ଘଉଡ଼ାଇବା ସମୟରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି ହାତୀ l

Exit mobile version