୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ଆଗାମୀ ଶିକ୍ଷାନୀତି ପ୍ରାରମ୍ଭରୁ ରାଜ୍ୟରେ ନୂତନ ଶିକ୍ଷା ନୀତି ଲାଗୁକରିବାକୁ ଯାଉଛନ୍ତି ସେଥିପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ ମଧ୍ୟ କରାଯାଉଛି ବୋଲି ଏକ ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ରେ କହିଛନ୍ତି ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପଡିଡା l କେନ୍ଦ୍ରରେ 2020-2021 ନୂତନ ଶିକ୍ଷାନୀତି କୁ ସୁଚାରୁପେ ଲାଗୁ କରିବାପାଇଁ ରାଜ୍ୟ ସରକାର ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବାବେଳେ ଜାତୀୟ ଶିକ୍ଷା ନୀତିକୁ ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି I ଏହି ନୀତି ଏପ୍ରିଲଠାରୁ ଲାଗୁ କରାଯିବ l ଶିଶୁବାଟିକା ଠାରୁ +2 ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି l ଏହା ଦ୍ଵାରା ପର୍ଯ୍ୟାପ୍ତ ପରିମାଣରେ ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ର ସଯୋଗ ମଧ୍ୟ ପାଇବେ l
ଏଥିରେ ସମସ୍ତ ଛାତ୍ରୀଛାତ୍ର ସମସ୍ତ ଭାଷାରେ ପାଠ ମଧ୍ଯ ପଢିପାରିବେ ଓଡିଶା ରେ ମୋଟ 15 ଟି ଭାଷାରେ ଶିକ୍ଷାଦାନ କରାଯିବ । ତତ୍ସହିତ କୌଣସି ଶିକ୍ଷା ଅନୁଷ୍ଠାନରେ ପାଠ ପଢିବାକୁ ଯେପରି କୌଣସି ସମସ୍ୟା ମଧ୍ୟ ରହିବ ନାହିଁ I ଗତ 21 ତାରିଖ ମଙ୍ଗଳବାର ରିଖ ରେ ପୁରୀ ଜିଲ୍ଲା ର ଗୋପ ବ୍ଲକ ଅଧୀନ ବେଦପୁର ପଞ୍ଚାୟତ ଅନ୍ତର୍ଗତ ହନ୍ତସରା ଗ୍ରାମରେ ଥିବା ମା’ ଭୂଆସୁଣୀ ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି | ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁଦତ୍ତ ନାୟକ ଏଥିରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ପୁରୀ ଜିଲା ଅତିରିକ୍ତ ଶିକ୍ଷା ଅଧୁକାରୀ ହିମାଂଶୁ ଭୂଷଣ ସମରଥ ସମ୍ମାନୀୟ ଅତିଥିଭାବେ ଗୋପ ବ୍ଲକ ଉପାଧ୍ଯକ୍ଷ ବନରଞ୍ଜନ ପଟ୍ଟନାୟକ,
