୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମପୁର :- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ପାଞ୍ଚ ଦିନ ବ୍ୟାପୀ କର୍ମଶାଳା ର ଆଜି ଥିଲା ଉଦଯାପିତ ଦିବସ। ଏହି ଉପଲକ୍ଷେ ଏକ ପ୍ରଦର୍ଶନୀ ଆୟୋଜିତ କରା ଯାଇଥିଲା । ଏଥିରେ ସ୍ନାତକୋତ୍ତର ବିଭାଗର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରି ପଟ୍ଟଚିତ୍ର ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ ।
