୬କୋଟି ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିବାବେଳେ ଫରେଷ୍ଟ୍ କ୍ଳିୟରାନ୍ସ୍ ମିଳୁ ନଥିବାରୁ ୨୪ ଖଣ୍ଡ ଗାଁ’ର ଆଦିବାସୀ ଓ ଦଳିତ ବର୍ଗର ଲୋକମାନେ ଅଭିଶପ୍ତ ଜୀବନଯାପନ କରିଆସୁଛନ୍ତି l
ଗାଁ’ କୁ ଆମ୍ବୁଲାନ୍ସ ଓ ଗାଡି ଆସିପାରୁ ନ ଥିବାରୁ ଗୁରୁତର ରୋଗୀଙ୍କୁ ଦୋଳାରେ ବୋହି ଡାକ୍ତରଖାନାକୁ ନିଆଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
ଅନେକ ଥର ପ୍ରତିଶୃତି ପରେ ଜିଲ୍ଲା ପ୍ରଶାସନ ୨୪ ଖଣ୍ଡ ଗ୍ରାମ ଙ୍କୁ ଧୋକା ରେ ରଖି ଆସିଛନ୍ତି । ସଡ଼କ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିଦେଇ ପ୍ରସାଶନ ବସି ରହିଥିବା ବେଳେ ସଡ଼କ ନିର୍ମାଣ କାର୍ଯ୍ୟ ଅଧା ପନ୍ତରିଆ ଅବସ୍ଥା ରେ ପଡ଼ି ରହିବା ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ନେତା ମାନଙ୍କ ଅପାରଗତା ର ପରିଚୟ ଦେଉଛି ।
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗ ଶିବିର ଚାଲିଥିବା ବେଳେ ବ୍ଳକର ବନ୍ଧମୁଣ୍ଡା ପଞ୍ଚାୟତର ୨୪ ଖଣ୍ଡ ରାଜସ୍ୱ ଗାଁ’ର ଆଦିବାସୀ ଓ ଦଳିତ ବର୍ଗର ପୁରୁଷ-ମହିଳା ମାନେ ସମବେତ ହୋଇ ସବୁ ଦିନିଆ ରାସ୍ତା ପାଇଁଁ ପୂର୍ବାହ୍ନ ୧୧ଟାରେ ବ୍ଳକ୍ ଘେରାଉ କରିଥିଲେ । ଖବର ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ, ରଣପୁର ବିଡ଼ିଓ ସୁଧିର ନାୟକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏପରିକି ରାସ୍ତା ପାଇଁ ବିଭାଗୀୟ ଫରେଷ୍ଟ କ୍ଳିୟରାନ୍ସ୍ ଯଥାଶୀଘ୍ର ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନକାରୀ ଧାରଣା ପ୍ରତ୍ୟାହୃତ କରିଥିଲେ ।
