ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ଏସ ଏଚ ଜି ବ୍ୟାଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମ

୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  କଟକ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ଶନିବାର ଅପରାହ୍ନରେ ମହିଳା ଶିଶୁ ବିକାଶ ବିଭାଗର ମିଶନ ଶକ୍ତି ରେ ଯୋଗଦାନ କରିଥିବା , ଏସ ଏଚ ଜି ମହିଳା ମାନଙ୍କୁ ସ୍ୱ ରୋଜଗାର କ୍ଷମ କରିବା ପାଇଁ ବ୍ୟାଙ୍କ ଜରିଆରେ ଦଶ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିବା ସଂପର୍କରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିଏମସିର ୫୬ ,୫୭,୫୮ ଓ ୫୯ ନମ୍ବର ୱ।ର୍ଡ଼ର ମହିଳା ଏସ ଏଚ ଜି ଗୋଷ୍ଠୀ ଯୋଗ ଦେଇଥିଲେ । ଆୟୋଜିତ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ସଭାପତିତ୍ୱ କରିଥିଲେ ।

କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି , କଟକ ସିଟି ସିଡିପିଓ ସ୍ୱର୍ଣ୍ଣଲତା ଦାସ, ସୁଦିପତ୍ତା ଓତା, ଉର୍ମିଳା ସାହୁ, ମିଶନ ଶକ୍ତିର ମଳୟ ସାଶମଲ ,ଜୟଦତ୍ତ ଦାସ, ବିଧାୟକଙ୍କ ପ୍ରତିନିଧି ନିହାର ରଞ୍ଜନ ପଣ୍ଡା, ରାଜେନ୍ଦ୍ର ପାତ୍ର, ସତ୍ୟ ରଞ୍ଜନ ଦାସ , ଫୁଲନଖା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ, ତେଲଙ୍ଗାପେଣ୍ଠ ଗ୍ରାମ୍ୟ ବ୍ୟାଙ୍କ ଶାଖାର ପରିଚାଳକ , ଗୋପାଳପୁର ଗ୍ରାମ୍ୟ ବ୍ୟାଙ୍କ ଶାଖାର ପରିଚାଳକ ,

ଏସ ବି ଆଇ ବିଦ୍ୟାଧରପୁର ଶାଖା,ସିସିବି ବାଦାମବାଡି, ମହାରାଷ୍ଟ୍ର ବ୍ୟାଙ୍କ, ଆଇ ସି ଓ ବ୍ୟାଙ୍କ ନୂଆପଡା ର ପରିଚାଳକ ମାନେ ଯୋଗ ଦେଇ ବ୍ୟାଙ୍କରୁ ଏସ ଏଚ ଜି ମହିଳା ଗୋଷ୍ଠୀ କିପରି ବ୍ୟାଙ୍କରୁ ଟଙ୍କା ଋଣ ନେବେ ଏବଂ ସେହି ଋଣ ଟଙ୍କାକୁ କିଭଳି ପରିଶୋଧ କରିବେ ଉପସ୍ଥିତ ଏସ ଏଚ ଜି ମହିଳା ଗୋଷ୍ଠୀଙ୍କୁ ବୁଝାଇବା ସହିତ ।

ଋଣ ନେଇ କିଭଳି ବ୍ୟବସାୟ କରି ଲାଭବାନ ହୋଇପାରିବେ ସେବିଷୟରେ ବୁଝାଇଥିଲେ । ଆୟୋଜିତ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ୬୨ ଗୋଟି ଏସ ଏଚ ଜି କୁ ୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ସଭାନେତ୍ରୀ ଡ଼ଲି ସାହୁ , ପ୍ରବିଣା ସେନାପତି,ମମତା ନାୟକ , ସ୍ମିତାରାଣୀ ନାୟକ,ବିନତି ଦଳାଇ ,ଦୀପିକା ଜେନା , ମନ୍ଦାକିନୀ ବେହେରା, ଶାନ୍ତିଲତା ନାୟକ,ରେଣୁବାଳା ଜେନା , କଲ୍ୟାଣୀ ,ରେଖା,ରିତୁ ,ଶୈଳବାଳା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version