ବି.କେ.ବିଦ୍ୟାପୀଠ ବାର୍ଷିକ କ୍ରୀଡା ଉଦ୍‌ଯାପିତ

୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ବିଦ୍ୟାପୀଠ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ସମବାୟବିତ୍ ସମରେନ୍ଦ୍ର ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା ସମ୍ମାନିତ ଅତିଥି, ପରିଚାଳନା କମିଟି ସଭାପତି ଶ୍ରୀନିବାସ ବେହେରା, ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଗୁରୁ ଗୋପୀମୋହନ କର, ନିରୂପମା ବେହେରା, ଆଲୋକ ମହାପାତ୍ର, କାହ୍ନୁଚରଣ ବେହେରା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିବା ବେଳେ ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥିଙ୍କ ଦ୍ୱାରା କ୍ରୀଡା ପାତାକା ଅବତରଣ କରାଯାଇଥିଲା । ମୋଟ୍ ୨୬୪ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଂଣ କରିଥିଲେ । ଖେଳ ଶିକ୍ଷୟିତ୍ରୀ ମମତା ସାହୁ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ସୁଜିତ୍ କୁମାର ଦଳେଇ , ହେମନ୍ତ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ମିନୁଶ୍ରୀ ମଲ୍ଲିକ, ଜ୍ୟୋତିର୍ମୟୀ ପଣ୍ଡା, ସୁଚିତ୍ରା ବେହେରା, ମୋନାଲିସା ପଣ୍ଡା , ବିଷ୍ଣୁ ପ୍ରିୟା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version