Home ଓଡ଼ିଶା ଦୁଇଦିନଆ କୁଶୁପଙ୍ଗି ନାଟ୍ୟମଞ୍ଚ ଉତ୍ସବ ଉଦ୍ଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗି ଗ୍ରାମରେ କୁଶୁପଙ୍ଗି ନାଟ୍ୟ ମଞ୍ଚ ଆନୁକୁଲ୍ୟରେ ୨ଦିନିଆ ଯାତ୍ରା ଉତ୍ସବ ଉଦ୍ଯାପିତ ହୋଇଛି । ଏହି ଉତ୍ସବର ପ୍ରଥମ ଦିନରେ ପୌରାଣିକ ଓ ଦ୍ୱିତୀୟ ଦିନରେ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ଉଦ୍ଘାଟନି ଦିବସରେ କୁଶୁପଙ୍ଗି ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଗୀତିନାଟ୍ୟ କର୍ଣ୍ଣବଧ ପରିବେଷଣ କରାଯାଇଥିଲା । ଉଦ୍ଘାଟନ ଉତ୍ସବରେ ବାଙ୍କୀର ପୂର୍ବତନ ନଗରପାଳ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର , ଭବାନୀ ପ୍ରସାଦ ଧଳ ସାମନ୍ତ, ଯୁବଶୀଳ୍ପଦ୍ୟୋଗୀ ପ୍ରବୋଦ କୁମାର ଜେନା, ନାଟ୍ୟ ସଂସଦ ସଂପାଦକ ବିଭୂପ୍ରସାଦ ନାୟକ ଅତିଥି ଭାବରେ ଯୋଗଦେଇଥିଲେ । ରାମଲୀଳା କଳାକାର ଶୁଭମ୍ ଦାସ, ଶ୍ରେଷ୍ଠ ରାବଣ ରମେଶ ଚନ୍ଦ୍ର ସାହୁ, କିଶୋର ଅମୃତ ସୁବୁଦ୍ଧିରାୟ ଓ ବସନ୍ତ ବେଉରାଙ୍କୁ ସମ୍ମାନିତ କରାଯାଇଥିଲା । ନାଟ୍ୟମଞ୍ଚର ଉଦ୍ଯାପନୀ ଉତ୍ସବରେ ବିଜ୍ଞାନ ଶିକ୍ଷକ ମୁରଲୀଧର ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସାମାଜିକ କର୍ମୀ ଲକ୍ଷ୍ମୀଧର ବେଉରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ନାଟ୍ୟ ମଞ୍ଚ ପ୍ରତିଷ୍ଠାତା ଡକ୍ଟର ସ୍ମୃତିତିରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ସୌମ୍ୟରଞ୍ଜନ ବେଉରା ଅଧ୍ୟକ୍ଷତା କରିଥିଲେ । ଶେଷ ଦିନରେ ନାଟ୍ୟମଞ୍ଚର କଳାକାରମାନଙ୍କ ଦ୍ୱାରା ସାମାଜିକ ନାଟକ ‘କେତେ ଦୁଃଖ ଦେବୁ କହ ଦଇବ’ ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ଯୋଗଶିକ୍ଷକ ତେଜସ୍ୱନୀ ଲେଙ୍କା, ଯୁବକବି ସମୀର କୁମାର ବେଉରା, ପ୍ରଧ୍ୟାପକ ଡକ୍ଟର ବିଭୂପ୍ରସାଦ ମହାପାତ୍ର, ସାମ୍ବାଦିକ ମନୋଜ ଦଳେଇ, ଅଶୋକ କୁମାର ରଣା, ନାଟ୍ୟ ନିର୍ଦ୍ଦେଶକ ବେଣୁଧର ସ୍ୱାଇଁ, ଚନ୍ଦ୍ରମଣି ଲେଙ୍କାଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ଶ୍ରୀଜଗନ୍ନାଥ ରସାମୃତ' ପୁସ୍ତକ ଉନ୍ମୋଚିତ by Proprietor Abhimanyu Maharana May 10, 2026 ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ by Proprietor Abhimanyu Maharana May 10, 2026 ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ। by Proprietor Abhimanyu Maharana May 10, 2026 Malabar Gold & Diamonds unveils its Bridal Show Campaign at its Bhubaneswar Showroom by Proprietor Abhimanyu Maharana May 10, 2026 ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା by Proprietor Abhimanyu Maharana May 10, 2026 ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 10, 2026