ଶିମିଳିପୁରରେ ଖୋଲିଲା ଧାନମଣ୍ଡି

୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ବାଙ୍କୀ  –  କେନ୍ଦ୍ର ସମବାୟ ବ୍ୟାଙ୍କ ଚର୍ଚ୍ଚିକା ଶାଖା ଅଧିନସ୍ଥ ଶିମିଳିପୁର ସେବାସମିତି ଠାରେ ଆଜି ଖରିଫ୍ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସମିତିର ସଭାପତି ବଭୂପ୍ରସାଦ ସମାଲଙ୍କ ସଂଚାଳନରେ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ପାଢ଼ୀ ସମ୍ମାନିତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ କରୁଣାକର ସାହୁ, ବାଙ୍କୀ ସହକାରୀ ନିବନ୍ଧକ ସୁରେନ୍ଦ୍ର ଜେନା, ବାଙ୍କୀ କ୍ରେଡିଟ୍ କୋପରେଟିଭ୍ ସଭାପତି ସମରେନ୍ଦ୍ର ମହାପାତ୍ର,

ଚର୍ଚ୍ଚିକା ଶାଖାର ଚିିତ୍ତରଞ୍ଜନ ସାମନ୍ତରାୟ, ରାଜସ୍ୱ ନିରକ୍ଷକ ଜୀବନସୁନ୍ଦର ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ମଣ୍ଡିରେ ୧୦ଜଣ ଚାଷୀଙ୍କ ଠାରୁ ମୋଟ୍ ୧୮୪କୁଇଣ୍ଟାଲ୍ ୭୪କେ.ଜି ଧାନ ସଂଗ୍ରହ କରାଯାଇଛି ବୋଲି ସମିତିର ସଂପାଦକ ଫକୀର ନାୟକ ସୂଚନା ଦେଇଛନ୍ତି । ଉକ୍ତ ମଣ୍ଡି କାର୍ଯ୍ୟକ୍ରମରେ ସମିତିର ନିର୍ଦ୍ଦେଶକ ଶରତଚନ୍ଦ୍ର ନାୟକ, ଗୋବର୍ଦ୍ଧନ ନାୟକ, ବୈକୁଣ୍ଠ ନାୟକ, ଗୁରୁପ୍ରସାଦ ରାଉତ, ଚାଷୀ କାମଦେବ ନାୟକ, କବିଚନ୍ଦ୍ର ସ୍ୱାଇଁ, ବିକଳାନନ୍ଦ ସାହୁ, ବ୍ରଜବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version