ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆରମ୍ଭ ହେଲା ନାଟକ ମହୋତ୍ସବ

୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ର  :-  ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆରମ୍ଭ ହେଲା ନାଟକ ମହୋତ୍ସବ। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଉଦ୍ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଇଂ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି, ନାଟକ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସହାୟକ ହୁଏ ବୋଲି ମତ ରଖିଥିଲେ।

ଏହି ଅବସରରେ ବହୁ ଚର୍ଚ୍ଚିତ ନାଟକ ବାଞ୍ଝ ମଞ୍ଚସ୍ଥ ହୋଇଥିଲା। ଇଂ ଅଜୟ ମହାପାତ୍ରଙ୍କ ଲିଖିତ ଏହି ଗପକୁ ନାଟ୍ଯରୂପ ଦେଇଥିଲେ କୈଳାସ ଚନ୍ଦ୍ର ଓଝା ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ର। ସାମାଜିକ ରୀତିନୀତି ବ୍ଯବସ୍ଥା, ବିଚାରବୋଧ ଆଧାରିତ ଏହି ସଂସ୍ଥାରଧର୍ମୀ ନାଟକ ବାଞ୍ଝର ସହ ନିର୍ଦେଶନା ଦାୟିତ୍ବରେ ଶ୍ରୀଯୁକ୍ତ ପ୍ରଶାନ୍ତ ସାମନ୍ତରାୟ ଥିଲାବେଳେ ଅଭିନୟରେ ଯାମିନୀ,

ପବିତ୍ର, ରାମ, କମଳ, ଗତିକୃଷ୍ଣ, ଅମ୍ଲାନ, ଶିବାନୀ, ସୋନାଲି ଓ ଧରିତ୍ରୀ ଅଭିନୟ କରିଥିଲେ। ସଫଳତାର ସହ ନବମ ଥର ପାଇଁ ମଞ୍ଚସ୍ଥ ହୋଇଥିବା ଏହି ନାଟକ ଉଦ୍ଘାଟନୀ ସଂଧ୍ୟାରେ ଖୁବ୍ ଭଲପାଇବା ସାଉଁଟିଥିଲା । ବହୁ ସଂଖ୍ୟକ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ନାଟକକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ସିରିୟସ୍ ଜୋନ୍ ର ଏହି ପ୍ରୟାସକୁ ନାଟ୍ଯପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି ।

Exit mobile version