୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ସହରର ପ୍ରମୁଖ ଛକ ଭାବେ ପରିଚିତ ସୁବାଷ ବୋଷ ଛକ । ଭିଆଇପି ରୋଡ, ଜେଲ ରୋଡ, ଚକ୍ରତୀର୍ଥ ରୋଡ ଓ ଦିଗବାରେଣୀ ରୋଡ ସହ ସଂଯୋଗ କରିଛି ଏହି ଛକ । ଏହା ସହ ବ୍ଲୁ ଫ୍ଲାଗ ବିଚ କୁ ଯିବା ପାଇଁ ଅନ୍ଯ ଏକ ରାସ୍ତା ସହ ସଂଯୋଗ କରିଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟ ,ରୋଟାରୀ କ୍ଲବ ଓ ଷ୍ଟେଟ ବ୍ୟାଙ୍କ ଠାରୁ ଗଡାଣିଆ ରାସ୍ତା ବୋଷ ଛକର ପର୍ଯ୍ୟଟନ କାର୍ଯ୍ଯାଳୟ ନିକଟରେ ଆସୁଥିବା ଗାଡି ଗୁଡିକ ଭିଆଇପି ରୋଡ ପଟକୁ ବୁଲିବା ବେଳେ ରାସ୍ତାପାର୍ଶ୍ବରେ ସ୍ଲାପ ଓ ସ୍ବରେଜ ମ୍ଯାନ ହଲ ରହିଛି ।

