Home ଓଡ଼ିଶା ଫୁଳୁକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ, କୃତି ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାଣି ପଞ୍ଚାୟତ ଫୁଲୁକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୧୮ତମ ବାର୍ଷିକ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ରୂପେ ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ବଳଭଦ୍ର ଦାଶ, ସମ୍ମାନୀତ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସମିତି ସଭ୍ୟ ଉପେନ୍ଦ୍ର ଭୋଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ବ୍ଲକ ସହ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ,ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ଖବର ଦାତା ଡ଼ ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଛାତ୍ରୀ ଛାତ୍ର ଙ୍କ ଉତ୍ତମ ଚରିତ୍ର ଗଠନ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ । ଅତିଥି ମାନେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଗୋପି କୃଷ୍ଣ ଦଳାଇ ସଭା ପରିଚାଳନା କରିଥିବା ବେଳେ ଅତସି ସାହୁ,ଆମର ସିଂ ମାଝୀ, ସହଦେବ ପତି, ଗଗନ ସାହୁ, ଡିଲେଶ୍ୱର୍ ମେହେର,ଜଗବନ୍ଧୁ ବେହେରା, ଲିଙ୍ଗରାଜ ମାଝୀ, ଦାମୋଦର ମାଝୀ,ଶଙ୍ଖ ଧର ମାଝୀ, ଦୀନବନ୍ଧୁ ଚାର ବେମାଲ ପ୍ରମୁଖ ବିଦ୍ୟାଳୟ କର୍ମଚାରୀ, ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଭୁବନେଶ୍ଵର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ନୟାଗଡ଼ରେ ଉଦ୍ଘାଟିତ ହେଲା ଓରମାସ୍ର ଦୀପାବଳି ଷ୍ଟଲ୍ ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର by Proprietor Abhimanyu Maharana November 6, 2026 ଚୋର ଙ୍କୁ ସାବାସୀ, ଚୋର ଧରାଳୀଙ୍କୁ କଟାକ୍ଷ ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ ଚାନ୍ଦପୁର ଅଂଚଳରେ by Proprietor Abhimanyu Maharana November 6, 2026 ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା by Proprietor Abhimanyu Maharana November 6, 2026 Phula Baula Beni (PBB 7) Celebrates Odia Language, Culture and Heritage in Sydney by Proprietor Abhimanyu Maharana November 6, 2026 Punekars, will the water shortage crisis hit..? by Proprietor Abhimanyu Maharana November 5, 2026 ଶିଶୁ କିଶୋର ପତ୍ରିକା 'କୃପାନେତ୍ର' ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana November 5, 2026