୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିରରୁ ଯଥାରିତି ନୀତି ଅନୁଯାଇ ପୂଜାର୍ଚ୍ଚନା ପୂର୍ବକ ମଶାଲ ପ୍ରଜ୍ଳଳନ କରି ମିନିଷ୍ଟାଡ଼ିୟମ ପରିସରରେ ପହଞ୍ଚିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡା ଶୁଭାରମ୍ଭ କରିଥିଲେ l

