ରାଇକିଆରେ କାରୀସ୍ ମାଟିକ୍ ପଠା ଆଧ୍ୟାତ୍ମିକ ଧ୍ୟାନ

୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାଇକିଆ :-> ଆପ୍ର, କନ୍ଧ ମାଳ ଜିଲ୍ଲା ରେଖୀଷ୍ଟ ଧର୍ମାବଲାମ୍ବୀ ମାନଙ୍କ ରାଇକିଆ ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ପ୍ରାଙ୍ଗଣରେ ତିନିଦିନିଆ କାରୀସ୍ ମାଟିକ୍ ଆଧ୍ୟାତ୍ମିକ ପଟା ଧ୍ୟାନ ଆଜି ଶୁଭାରମ୍ଭ ହୋଇଛି। ରାଇକିଆ ,ଶୁକାନାଣ୍ଡା, କୁମ୍ଭାର କୁପା ପ୍ୟାରିସର ପ୍ରାୟ ୬୦ଟି ମଣ୍ଡଳୀ (ଡିନେରୀ) ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେରଳରୁ ଯାଜକ ସାଜିଙ୍କ ସହ ବହୁ ଯାଜକ, ସେବା ଭଗ୍ନି ପବିତ୍ର ବାଇବଲ ପଠନ କରି ସାମୁହିକ ପ୍ରାର୍ଥନା କରି ଥିଲେ ‌।

ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଧର୍ମ ଯାଜକ ପ୍ରୋଦଷ ଚନ୍ଦ୍ର ନାୟକ, ମନୋଜ ନାୟକ, ସନାତନ ପ୍ରଧାନ ଆୟୋଜନ କରିଥିଲେ‌। ଖାଦ୍ୟ ଦାୟିତ୍ୱରେ ଯାଜକ ପୁରୁଷୋତ୍ତମ ନାୟକ ,ଜେରମ ନାୟକ, ଡିନେରି ଯାଜକ, ସେବା ଭଗ୍ନି ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଯାଜକ ଶୁଶାନ୍ତ ପ୍ରଧାନ, କମିଟି ସମସ୍ତ ସଦସ୍ୟ ସହୋଯୋଗ କରି ଥିଲେ। ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଉପସ୍ଥିତ ଥିଲେ।  

Exit mobile version