Home ଓଡ଼ିଶା ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ , ନୟାଗଡ଼ ଜିଲ୍ଲା ର ସର୍ବ ବୃହତ୍ ତଥା ବହୁ ପୁରାତନ ,ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ରେ ଆଜି ଅତ୍ଯନ୍ତ ଆଡମ୍ବରର ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁ କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ , ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନକଂ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ବ୍ଲକ୍ ମଂଗଳ ସଂପ୍ରସାରଣ ଅଧିକାରୀ ଜୋତିର୍ମୟୀ ନାୟକ , ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରୀ ଦୁଶ୍ମନ୍ତ କୁମାର ପାତ୍ର ,, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ , ନାରାକୁ ସଫଳ କରିବାକୁ ହେଲେ,ଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରିବାକୁ ଶ୍ରୀ ବେହେରା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏସ୍ ଏମ୍ ଏସି ଅଧ୍ୟକ୍ଷା ବିଶ୍ବକାନ୍ତି ରାୟଗୁରୁ ଛାତ୍ରୀ ମାନକଂର ଉତ୍ତରୋତ୍ତର ମଂଗଳ କାମନା କରିବା ସହିତ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ । ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନକୁଂ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026