Home ଓଡ଼ିଶା ଗୋପ ଅଞ୍ଚଳ ପାଇଁ ଗୌରବ ଅର୍ଜନ କଲେ ଅନିଲ ସେନାପତି ଲ : ସର୍ବଭାରତୀୟ ଭଲିବଲ ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କଲେ ଅନିଲ – ଗୋପ ରେ ଅନିଲ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ଗୋପ ବ୍ଲକ୍ ଅଧିନସ୍ଥ୍ ଗୋପ ପଞ୍ଚାୟତ ଅନ୍ତର୍ଗତ ବାୟାକୁଦା ଗ୍ରାମର ଅକ୍ଷୟ କୁମାର ସେନାପତି ଙ୍କ ପୁତ୍ର ଅନିଲ କୁମାର ସେନାପତିଙ୍କୁ କ୍ରୀଡା କ୍ଷେତ୍ରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅନିଲ ଗୋପ ନିଗମାନନ୍ଦ ହାଇସ୍କୁଲ ରେ ଅଧୟନ ପରେ + 2 ଗୋପ ମହାବିଦ୍ୟାଳୟ ତାପରେ କୀଟ ବିଶ୍ୱବିଦ୍ୟାଳୟ ରେ ଅଧୟନ କରିଛନ୍ତି l 2018 ମସିହା ରେ ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳୀ ର କୃତିତ୍ୱ ଅର୍ଜନ କରିଥିଲେ l ପୁନଃ ଚଳିତ ବର୍ଷ ପାଇଁ ସର୍ବ ଭାରତୀୟ ଭଲି ବଲ୍ ଖେଳରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ନିଜର ସର୍ବୋତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ସମେତ ନିଜ ସ୍କୁଲ କଲେଜ ଏବଂ ଗୋପ ମା ଭବାନୀ ସ୍ପୋର୍ଟ୍ସ ଆସୋସେସନ ସହିତ ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ଆଣିଛନ୍ତି। ତାଙ୍କର କୃତିତ୍ୱ ପାଇଁ ଗତ କାଲି 11 ଟା ସମୟରେ କୁସୁପୁର ର ରାମେଶ୍ୱର ମନ୍ଦିର ଠାରୁ ତାଙ୍କ ନିଜ ବାସଭବନ ପର୍ଯ୍ୟନ୍ତ ଏକ ବିଶାଳ ରାଲ୍ଲୀ ର ଆୟୋଜନ ହୋଇଥିଲା l ଏହି ସ୍ୱାଗତ ସମ୍ବର୍ଦ୍ଧନା ଓ ରାଲ୍ଲୀ କୁ ଗୋପ ଆଥଲେଟିକ ଆସୋସେଶନ ର ପ୍ରମୁଖ ଶୁଭେନ୍ଧୁ ପୃଷ୍ଠି ଆୟୋଜନ କରିଥିଲେ l ସ୍ୱାଗତ ସମ୍ବର୍ଦ୍ଧନା ରେ ଗୋପ ନିଗମାନନ୍ଦ ହାଇସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ସ୍କୁଲ ସମ୍ମୁଖରେ ସ୍ୱାଗତ କରିବା ସହିତ ଉତ୍ତରୀୟ ପୁଷ୍ପ ଗୋଛା ପ୍ରଦାନ କରିଥିଲେ l ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଓ ଏମ ଭି ବି ଟି ପକ୍ଷରୁ ପୁରାତନ ଖେଳାଳୀ ବିଭୁତି ଭୂଷଣ ପଟ୍ଟନାୟକ ବିଶ୍ୱରଂଜନ ମୁଖୀ ଉକ୍ତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ଥିରେ ଶତାଧିକ ଯୁବସମାଜ ସାମିଲ ହୋଇ ଏକ ଖୋଲା ଜିପ୍ ଓ ବାଇକିରେ ଶୋଭାଯାତ୍ରା ମାଧ୍ୟମରେ ବଜାର ପରିକ୍ରମା କରାଇ ନିଜ ଘର ପର୍ଯ୍ୟନ୍ତ ନେଇଥିଲେ। ଆଗାମୀ ଦିନରେ ଅନିଲ ଭାରତୀୟ ଭଲିବଲ ଟିମ୍ ପକ୍ଷରୁ ଦେଶ ପାଇଁ ଖେଳିବେ ବୋଲି ଲକ୍ଷ ରଖିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026