Home ଓଡ଼ିଶା ଜାନୁୟାରୀ ୨୦ ରୁ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ଗୁରୁସତ୍ତା ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଏବଂ ବନ୍ଦନୀୟ ମାତା ଭଗବତୀ ଦେବୀ ଶର୍ମା ଏବଂ ମାତା ଗାୟତ୍ରୀଙ୍କର କୃପା ଏବଂ ତାଙ୍କ ସୁକ୍ଷ୍ମ ସଂରକ୍ଷଣରେ ବ୍ୟକ୍ତି ନିର୍ମାଣ, ପରିବାର ନର୍ମାଣ, ସମାଜ ନିର୍ମାଣ ଏବଂ ରାଷ୍ଟ୍ର ରେ ନବନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ଆୟୋଜନ ହେଉଛି l ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୦ ତାରିଖ ସୋମବାର ଦିନ ସକାଳ ୧୦ ଘଟିକା ସମୟରେ ଏକ ବିରାଟ କଳସଯାତ୍ରା ଆୟୋଜନ ହେବା ସହ ୨୧ତାରିଖ ମଙ୍ଗଳବାର ଦିନ ସକାଳ ୬ ଘଟିକା ସମୟରେ ରୁଦ୍ରାଭିଷେକ, ପୂର୍ବାହ୍ନ ୧୦ ଘଟିକା ରେ ଘୃତଯଜ୍ଞ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଘଟିକାରେ ଦୀପଯଜ୍ଞ, ୨୨ ତାରିଖ ବୁଧବାର ଦିନ ଘୃତଯଜ୍ଞ ପୂର୍ଣାହୁତୀ ହେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏତଦ ବ୍ୟତୀତ ୨୨ ତାରିଖ ବୁଧବାର ଠାରୁ ୨୪ ତାରିଖ ଶୁକ୍ରବାର ତିନିଦିନ ଧରି ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପାଟ୍ଟଖଣ୍ଡା ମନ୍ଦିର ପରିସର ମଧ୍ୟରେ ସ୍ଥାନୀୟ ଗାୟତ୍ରୀ ପରିବାର, ଏବଂ ମା’ ପାଟ୍ଟଖଣ୍ଡା ପରିଚାଳନା କମିଟିଙ୍କ ମିଳିତ ସହଯୋଗରେ ମାଳିକା ପ୍ରବଚକ ଶ୍ରୀ ପରିବ୍ରାଜକ ପ୍ରମୋଦ ପୃଷ୍ଟି ଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଅତଃ ଆପଣ ସମସ୍ତ ଧର୍ମପ୍ରେମୀ, ଭାଇ, ଭଉଣୀ, ମାତା, ମାନଙ୍କୁ ଅନୁରୋଧ କି, ଏହି ଯଜ୍ଞରେ ସପରିବାର ଯୋଗ ଦେଇ ଧର୍ମ ଏବଂ ସୁଖ, ସମୃଦ୍ଧି ଲାଭ କରିବା ହେବେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026