ରାସ୍ତାପାର୍ଶ୍ବ ନୋକାନୀ ସୁରକ୍ଷା ମଞ୍ଚର ଧାରଣାର ଶହେ ଦିନ

୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ  :- ରାସ୍ତାପାର୍ଶ୍ବ ଦୋକାନୀ ସୁରକ୍ଷା ମଞ୍ଚର ଧାରଣର ଶହେ ଦିନ ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିଥିଲେ । ଉଛେଦର ୧୪ ମାସ ପରେ ସ୍ଥାୟୀ ଭାବେ ଥଇଥାନ କରାଯାଇପାରିନାହିଁ । ମାସିକ ରୋଜଗାର ସହାୟତା ରାଶି ବନ୍ଦ କରାଯାଇଅଛି । ଶ୍ରୀସେତୁ ତଳେ ଦୋକାନ କରିବାକୁ ବାଧ୍ଯ କରାଯାଉଛି । ସେଠାରେ ବ୍ଯବସାୟ ଚାଲିବ ନାହିଁ । ସେତୁ ତଳେ ସୁରକ୍ଷିତ ସ୍ଥାନ ନୁହେଁ ।

ଧାରଣର ଶହେ ଦିନ ହୋଇଥିଲେ ମଧ୍ଯ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହଁ । ଗରିବ ଉଠାଦୋକାନୀଙ୍କ ପରିବାର ଭୋକ ଉପବାସରେ ଦିନ ବିତାଉଛନ୍ତି । ସେମାନଙ୍କ ଆଠ ଦଫା ଦାବି ମଧ୍ଯରେ ଆଇନ ଅନୁଯାଇ ବିସ୍ଥାପନ ଓ ଥଇଥାନ କରାଯାଉ । ପ୍ରକୃତ ଦୋକାନୀ ମାନଙ୍କୁ ଟାଉନ ଭେଣ୍ଡିଂ କମିଟିରେ ରଖାଯାଉ । ଶ୍ରୀମନ୍ଦିର ନିକଟ ବଡଦାଣ୍ଡରେ ଥିବା ବିଭିନ୍ନ ମଠ, ରାଣୀନଗର, ବଗଲା ଧର୍ମଶାଳା, ଏମାର ମଠ,

ନରେନ୍ଦ୍ର ମହଲା, ଉତ୍ତର ପାର୍ଶ୍ବ ମଠ, ରେବସା ମଠ, କଟକୀ ମଠ, ରାଘବଦାସ ମଠ, ଅକ୍ଷୟପାତ୍ର ଫାଉଣ୍ଡେସନ , ହାତୀ ଆଖଡା ମଠ ଆଦିରେ ଆଧୁନିକ ହାଟ ନିର୍ମାଣ କରାଯାଇ ଥଇଥାନ କରାଯାଉ । ଥଇଥାନ ନହେବା ପର୍ଯ୍ଯନ୍ତ ବଡଦାଣ୍ଡରେ ଅସ୍ଥାୟୀ ଭାବେ ଦୋକାନ ପାଇଁ ଅନୁମତି ଦିଆଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ସିଂହ,ପ୍ରଶାନ୍ତ କୁମାର ନାୟକ, ପ୍ରଦୀପ କୁମାର ନାୟକ, ରବିଶଙ୍କର ସାହୁ ଓ ପ୍ରମୋଦ କୁମାର ନାୟକଙ୍କ ସମେତ ମଞ୍ଚର କର୍ମକର୍ତ୍ତା ଓ ସଦସ୍ଯମାନେ ଯୋଗ ଦେଇଥିଲେ ।

Exit mobile version