ଅଗ୍ନି ବିପନ୍ନ ଙ୍କୁ ଶୀତ ବସ୍ତ୍ର ବଣ୍ଟନ

୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ  :- ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଶିରୁଳି ମହାବୀର ପାଖ ସୁଜନପୁର ଗ୍ରାମର ହରିଜନ ବସ୍ତି ରେ ଅଗ୍ନି ଲାଗି ବ୍ୟାପକ କ୍ଷ ୟକ୍ଷେତି ହୋଇଥିଲା l ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁବାରେ ବିପନ୍ନ ପରିବାରମାନଙ୍କୁ ଶୀତ ବସ୍ତ୍ର, ଶାଢ଼ୀ, ଚାଦର ଆଦି ବଣ୍ଟନ କରାଯାଇଥିଲା l

ଏହି କାର୍ଯ୍ୟ କୁ ଅନୁଷ୍ଠାନ ର କାର୍ଯ୍ୟ ନିର୍ବାହୀ ଟ୍ରଷ୍ଟି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ,ଅନୁଷ୍ଠାନ ର ସଦସ୍ୟ ପ୍ରତାପ ଚନ୍ଦ୍ର ଦାସ, ତରୁଣ କବି ଦାମୋଦର ପରିଡ଼ା,ପଲ୍ଲୀ ଗ୍ରାମର କବି ପ୍ରଦୀପ୍ତ କୁମାର ପରିଡ଼ା,ସୁରେଶ କୁମାର ଭୋଇ, ଗ୍ରାମ ର ମୂରବୀ ରବି ନାୟକ ଉପସ୍ଥିତିରେ ସମାପନ ହୋଇଥିଲା।ବହୁ ପରିମାଣର କ୍ଷତି କୁ ସରକାର ପୂରଣ କରିବା ପାଇଁ ଗ୍ରାମବାସି କହିଥିଲେ ।

Exit mobile version