Home ଓଡ଼ିଶା ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟରେ ଜାତୀୟ ଯୁବ ସପ୍ତାହ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ନାୟକଗୁଡା ସ୍ଥିତ ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଜାତୀୟ ଯୁବ ସପ୍ତାହ ପାଳନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ହରିଶ ରୂପଲ୍ ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଓ ଜିଲ୍ଲା ମୁଖ୍ୟାଳୟ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଉପସ୍ଥିତ ଥିଲେ । ଜିଲ୍ଲା ସ୍ବତନ୍ତ୍ର ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ତଥା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ପାଇଁ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗୋଟିଏ ବୃକ୍ଷ ମା ଙ୍କ ପାଇଁ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ କାର୍ଯ୍ୟ କରୁଥିବା ସୃଷ୍ଟି ଏନଜିଓ ସଦସ୍ୟ ହୃଷୀକେଶ ପଣ୍ଡା ଯୋଗ ଦେଇ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ଏହି ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସେମାନଙ୍କ ମଧ୍ୟରେ ବହୁତ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ନେହେରୁ ଯୁବ କେନ୍ଦ୍ର କର୍ମଚାରୀ ଓ ଜିଲ୍ଲା ସ୍ବତନ୍ତ୍ର ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026 ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା by Proprietor Abhimanyu Maharana August 15, 2026 Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026