୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି :-> କଳାହାଣ୍ଡି ଆଜି ଉଚ୍ଚକାଂକ୍ଷୀ ଜିଲ୍ଲା ଏବଂ ସେଦିନ ଆଉ ଡେରିନାହିଁ, ଖୁବଶୀଘ୍ର ଏ ଜିଲ୍ଲାର ସୁଦିନ ଫେରିଆସିବ ବୋଲି ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ‘୭୫ ବର୍ଷରେ କଳାହାଣ୍ଡି’ ଶୀର୍ଷକ ଏକ ସଂପାନରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସଂପାନ ଉପ ସମିତିର ଅଧ୍ୟକ୍ଷା ତଥା ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଭବାନୀପାଟଣା ସଦର ବ୍ଲକ ବିଡିଓ ଚନ୍ଦନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।
