Home କଟକ ନୂଆଗାଁ ରେ ବାଘ ଆକ୍ରମଣରେ ଦୁଇ ଗୁରୁତର : ଚିକିତ୍ସାଳୟରେ ଭର୍ତ୍ତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜାକେଡ଼ା ପଞ୍ଚାୟତର ୨ ଗ୍ରାମରେ ମଙ୍ଗଳବାର ବାଘ ଆକ୍ରମଣ ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :-> ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଗୁମି ସେକ୍ସନ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତର ୨ ଗ୍ରାମରେ ମଙ୍ଗଳବାର ବାଘ ଆକ୍ରମଣ ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି । କରଚୁଲି ଏବଂ ସୁଡ଼ୁଙ୍ଗୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏପରି ଘଟଣା ଘଟିଛି । ସୂଚନା ଅନୁସାରେ, କରଚୁଲି ଗ୍ରାମର ପ୍ରମୋଦ ଗୁରୁ ସବୁଦିନ ଭଳି ମଙ୍ଗଳବାର ଜଙ୍ଗଲକୁ ଗାଈ ଚଚାଇବାକୁ ଯାଇଥିଲେ । ଅପରାହ୍ନରେ ଗାଈ ନେଇ ଫେରିବା ବାଟରେ ଗ୍ରାମ ନିକଟରେ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଭାବେ ଆହତ ହୋଇଥିବା ପ୍ରମୋଦଙ୍କୁ ପରିବାର ଲୋକ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେହିପରି ସୁଡ଼ୁଙ୍ଗି ଗ୍ରାମରେ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସାଜୁ ନାୟକ ଘର ଆଗରେ ନିଆଁ ଜାଳି ବସିଥିବା ବେଳେ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଉଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଗୁମି ଫରେଷ୍ଟର ପବିତ୍ର କୁମାର ପରିଡ଼ାଙ୍କୁ ପଚାରିବାରେ ଆମେ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛୁ । ପ୍ରାଥମିକ ତଦନ୍ତରୁ ଏହା କଲରାପତାରିଆ ବାଘ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି । Categories: କଟକ, ନୟାଗଡ଼ ନିଉଜ୍, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026 କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana October 1, 2026