ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା : ଥାନାରେ ୬ଯୁବକ ଅଟକ

୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା । କଟକ ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ଼ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରତାଗଡ଼ ଗ୍ରାମର ସୁମନ୍ତ କୁମାର ସାହୁ ନିକଟସ୍ଥ ବଡବନ୍ଧିଆଣି ଠାକୁରାଣୀଙ୍କ ପୀଠରେ ହେଉଥିବା ମକରମେଳା ଦେଖିସାରି ଘରକୁ ଫେରୁଥିଲେ । ଏହି ସମୟରେ ସେହି ଗାଁର କିଛି ଯୁବକ ଚତରୀ ପୋଖରୀ ନିକଟ ରାସ୍ତାରେ ଅଟକାଇ ତାଙ୍କୁ ଠେଙ୍ଗାରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଗତକାଲି ଯୁବକଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏକ ଏତଲା ଦିଆଯାଇଛି । ଏତଲା ଆଧାରରେ ବାଙ୍କୀ ପୋଲିସ ଏକ ମାମଲା ରୁଜୁକରିବା ସହ ୬ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ବାଙ୍କୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Exit mobile version