ଖବରକାଗଜରେ ଖାଦ୍ୟ ଖାଉଥିଲେ ସାବଧାନ !

୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟ ହେଉ କିମ୍ବା ଟ୍ରେନ – ବସରେ ମିଳୁଥିବା ଖାଦ୍ୟ ପାଖରେ ପ୍ଲେଟ ନଥିଲେ ଦୋକାନୀ ଖବରକାଗଜରେ ଖାଇବା ଗୁଡାଇ ଦେଇଦିଅନ୍ତି । ଚଣା ମସଲା, ଚିନାବାଦାମ, ତେଲଭାଜି ଏବଂ ଅନ୍ୟାନ୍ୟ ଖାଇବା ଏଥିରେ ସାମିଲ । ଭୋକ ମେଣ୍ଟିବା ସହ ଚଟପଟା ଖାଇବାର ମଜା ଲୋକଙ୍କୁ ଆଉ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଦିଏ ନାହିଁ । କିନ୍ତୁ ଏହି ଅବହେଳା ଆପଣଙ୍କୁ କେତେ ବଡ ବିପଦ ଆଡକୁ ଭିଡିନେବ ଜାଣିଛନ୍ତି କି ?

ଖବରକାଗଜରେ ଏଭଳି ଅନେକ ହାନିକାରକ ରସାୟନ ଏବଂ ସ୍ୟାହି ରହିଥାଏ ଯାହା ଆପଣଙ୍କ ଶରୀରକୁ ବିପଦ ଆଡକୁ ଠେଲି ଦିଏ । ପେପରରେ ଖାଉଛନ୍ତି ତେବେ ଜାଣନ୍ତୁ କେଉଁ କେଉଁ ରୋଗକୁ ନିମନ୍ତ୍ରଣ ଦେଉଛନ୍ତି । ଖବରକାଗଜର ସ୍ୟାହିରେ ଅନେକ ହାନିକାରକ ରସାୟନ ଯେଭଳି ଆଇସୋବ୍ଲୁଟାଇଲ୍ ପେଟେଲେଟ୍ ଏବଂ ଡାଇଏନ୍ ଆଇସୋବ୍ଲୁଟାଇଲ୍ ରହିଛି । ଯେତେବେଳେ ଗରମାଗରମ ଖାଇବା ପେପରରେ ରଖି ଖାଉ ଏହି ରସାୟନ ଖାଇବା ସହ ଆମ ଶରୀରକୁ ଯାଏ । ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ ।

ଏହି କ୍ୟାମିକାଲ୍ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଟାଣିଆଣେ । ସେଥିପାଇଁ ଖାଦ୍ୟ ଖବରକାଗଜରେ ଖାଇବାରୁ ଦୁରେଇ ରୁହନ୍ତୁ । ଖବରକାଗଜରେ ଖାଦ୍ୟ ଗୁଡାଇ ଖାଇଲେ ପାଚନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କାଗଜର ସ୍ୟାହିରେ ଥିବା ରସାୟନ ପେଟକୁ ଯାଇ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରେ । ଯେଉଁଥିରେ ପେଟରେ ଜ୍ୱଳନ, ଏସିଡିଟି, କୋଷ୍ଠକାଟିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ ।

ତେଣୁ ପେଟ ଜନିତ ସମସ୍ୟାରୁ ଦୁରେଇ ରହିବା ପାଇଁ ଖବରକାଗଜରେ ଖାଦ୍ୟ ଢାଳି ଖାଆନ୍ତୁ ନାହିଁ । ସ୍ୟାହିରେ ଆଇସୋପ୍ରୋଫାଇଲ୍ ଅଲକୋହଲ, ପଲିଏଥିଲିନ୍ ଗ୍ଲାଇକଲ୍‌, ଡାଇଏଥିଲିନ୍ ଗ୍ଲାଇକଲ ଭଳି କ୍ୟାମିକାଲର ବ୍ୟବହାର କରାଯାଏ । ଏହି ବିଷାକ୍ତ ପଦାର୍ଥ ଖାଦ୍ୟରେ ମିଶି ଶରୀର ଭିତରକୁ ଯାଏ ଏବଂ ହର୍ମୋନକୁ କ୍ଷତି ପହଁଞ୍ଚାଇଥାଏ ।

ଏହା୍ବାରା ଶରୀରର ବିଭିନ୍ନ ହର୍ମୋନ୍ ଥାଇରଏଡ୍‌, ଇନ୍ସୁଲିନ୍‌, ଏଷ୍ଟ୍ରୋଜନ୍ ଆଦି ବିଗିଡିବାର ସମ୍ଭାବନା ଥାଏ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଖବରକାଗଜରେ ଖାଆନ୍ତି ତେବେ ଖୁବ୍ କମ୍ ଦିନରେ ଦୃଷ୍ଟିଶକ୍ତି ହରାଇବାର ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ଖାସ୍ କରି ବୃଦ୍ଧା ଏବଂ ଶିଶୁଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଦେଖାଯାଏ ।

Exit mobile version