୧୯୮୨ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ : ୪୩ବର୍ଷର ସ୍ମୃତି ସାଉଁଟିଲେ ପୁରାତନ ଛାତ୍ରଛାତ୍ରୀ

୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କୋଣାର୍କ  :-  କୋଣାର୍କ ଉଚ୍ଚ ବିଦ୍ୟାଳୟର ୧୯୮୨ ମସିହା ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ୨୦୨୫ ଗତ ୧୦/୦୧/୨୦୨୫ ଶୁକ୍ରବାର ଦିନ କୋଣାର୍କ , ପୁରୀ ବେଳାମାର୍ଗ ଚନ୍ଦ୍ରଭାଗା ସ୍ଥିତ ବାବା ପଣ୍ଡା ଗ୍ରୀନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଜୀବନ ସମ୍ପର୍କରେ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଥିବା ଏହି ବନ୍ଧୁ ମାନେ ସପରିବାର ଏକତ୍ରିତ ହୋଇ ନିଜ ନିଜର ଜିବନାନୁଭୂତି ବ୍ୟକ୍ତ କରିଥିଲେ।

ଆଗକୁ ସମାଜ କଲ୍ୟାଣ ତଥା ପାରିପାର୍ଶିକ ସାମାଜିକ ପରିବେଶକୁ ପରିପୁଷ୍ଟ କରିବା ଦିଗରେ ସମସ୍ତେ ଯତ୍ନବାନ ହେବାପାଇଁ ସାମୁହିକ ସଂକଳ୍ପ ନେଇଥିଲେ। ଏକ ପ୍ରାକୃତିକ ପରିବେଶ ମଧ୍ୟରେ ପୁରାତନ ସହପାଠୀ ଓ ସହପାଠୀନୀ ମାନଙ୍କୁ ନେଇ ଉକ୍ତ ବନ୍ଧୁ ମିଳନ ଉତ୍ସବକୁ ସମସ୍ତ ବନ୍ଧୁମାନେ ଅତ୍ୟନ୍ତ ଆନନ୍ଦର ସହ ଉପଭୋଗ କରିଥିଲେ।

ଉକ୍ତ ବନ୍ଧୁ ମାନଙ୍କ ମଧ୍ୟରେ ତ୍ରିଲୋଚନ ପ୍ରଧାନ, ପ୍ରଭାକର ସାହୁ, ପ୍ରତାପ କୁମାର ରାଉତ, ଚଂଦ୍ର ଶେଖର ଦେହେରା, ବୀରବର ସ୍ୱାଇଁ, ଭଗବାନ ବିଶ୍ବାଳ, ନିରଞ୍ଜନ ବରାଳ, ନିରଞ୍ଜନ ସାହୁ, ପବିତ୍ର କୁମାର ସେଠେ, ଅଜେୟ କୁମାର ଜେନା, ରଂଜିତ କୁମାର ଜେନା, ଅନ୍ନଦା କୁମାରୀ ଜେନା, ମୀନ ସ୍ଵାଇଁ, ପ୍ରଭାକର ମହାରଣା, ବାଲୁଙ୍କେଶ୍ୱର ବାରିକ। ସମସ୍ତ ବନ୍ଧୁ

Exit mobile version