Home ଓଡ଼ିଶା ବୋଲଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଓ ବୟୋଶ୍ରୀ ମେଳା-୨୫ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ :- ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶାକ୍ତିକରଣ ବିଭାଗ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଭୀମଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଓ ବୟୋଶ୍ରୀମେଳା-୨୫ ବୋଲଗଡ଼ ପଂଚାୟତ ସମିତି ଆନୁକୂଲ୍ୟରେ ସମିତି ପରିସରରେ ଆୟୋଜିତ ହୋଇଥିଲା । ଏଥିରେ ଶାରୀରିକ ଭିନ୍ନକ୍ଷମ ୨୧୦ ଜଣ,ଶ୍ରବଣ ବଧିର ୯୭,ଦୃଷ୍ଟି ବାଧିତ ୪୮ଜଣ ଓ ମାନସିକ ଅନଗ୍ରସର ୧୧୪ଜଣ,ଏହିପରି ମୋଟ ୪୬୯ ଜଣ ହିତାଧିକାରୀ ପଞିକୃତ ହୋଇଥିଲେ । ଖୋର୍ଦ୍ଧାସ୍ଥିତ ମୁଖ୍ୟଚିକିତ୍ସାଳୟର ସମସ୍ତ ବର୍ଗର ବିଶେଷଜ୍ଞମାନେ ସମସ୍ତ ପଞ୍ଜିକୃତ ରୋଗୀ ମାନଙ୍କୁ ଚିକିତ୍ସା ସହ ପରୀକ୍ଷା ନିରୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ ଓ ସୁପରାମର୍ଶ ଦେଇଥିଲେ।ସେହିପରି ବସରେ ଯାତାୟତ ନିମନ୍ତେ ୨୬ଜଣ,ଡ଼ିଆରଆଇ ଋଣ ପାଇଁ ୧୦ଜଣ ଓ ଭିନ୍ନକ୍ଷମ ଆସେସମେଣ୍ଟ ବ୍ୟବହାର ପାଇଁ ୬ ଜଣ ଏହିପରି ମୋଟ ୪୨ଜଣ ଭିନ୍ନକ୍ଷମ ହିତାଧିକାରୀ ସୁବିଧା ସୁଯୋଗ ପାଇଁ ଆବେଦନ କରିଛନ୍ତି । ଆୟୋଜକ ବୋଲଗଡ ବ୍ଲକ ପ୍ରଶାସନ ପକ୍ଷରୁ ମଣ୍ଡଳ ଉନୟନ ଅଧିକାରୀ ଶରତ କୁମାର ମଲ୍ଲିକ,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର,ସାମାଜିକ ସୁରକ୍ଷା ଅଧିକାରୀ ପୂଜା ପୁଷ୍ପାଞ୍ଜଳି ଖଟେଇ,ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଅଧିକାରୀ ମିତା ପ୍ରଧାନ,ଜୁନିଅର ଆସିଷ୍ଟାଣ୍ଡ ଦେବକାନ୍ତ ଗୁରୁ,ମୁଖ୍ୟ କିରାଣୀ ନରସିଂହ ମହାପାତ୍ର ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ପଂଚାୟତ ସମିତିର ସମସ୍ତ କର୍ମଚାରୀ ଓ ବ୍ଲକର ବିଭିର୍ଣ୍ଣ ପଂଚାୟତର ଜନ ପ୍ରତିନିଧି ମାନେ ସହାୟତା ଦେଇ ପରିଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026