ସରସ୍ବତୀ ଶିଶୁ ମନ୍ଦିରରେ ଅନିୟମିତତା, ଧାରଣାରେ ବସିଲେ ଢେଙ୍କାନାଳ ଆମ୍ ଆଦମୀ ଦଳ ।

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଢେଙ୍କାନାଳ :- କରୋନା ମହାମାରୀ ସମୟରେ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଟ୍ୟୁସନ୍ ଫି ଆଦାୟ କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲର ଟ୍ୟୁସନ୍ ଫି ଆଦାୟ ଓ ଅନିୟମିତତା ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ଆବାହକ ଶ୍ରୀ ପଙ୍କଜ କୁମାର ନାୟକଙ୍କ ନେତୃତ୍ବରେ ଧାରଣାରେ ବସିଲେ ଢେଙ୍କାନାଳ ଆମ୍ ଆଦମୀ ଦଳ ଏବଂ ଅଭିଭାବକ ।

ଗତ ୨୦୧୩ ମସିହାରେ ସହରର ଟାଉନ୍ ପ୍ଲାନିଙ୍ଗ୍ ଠାରେ ସରସ୍ବତୀ ଶିଶୁ ମନ୍ଦିର ନାମରେ ଏକ ସ୍କୁଲ୍ ଚାଲୁ ହେଇଥିଲା। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ରହିଛି। ପ୍ରାୟ ଦୁଇ ଶହରୁ ଅଧିକ ପିଲା ପଢନ୍ତି।ଗତ ଦୁଇ ବର୍ଷ ତଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିବାରୁ ମାମଲା ଅଦାଲତକୁ ଗଲା। ଯଦ୍ୱାରା ଆଗଭଳି ଶିକ୍ଷାର ଗୁଣାତ୍ମକ ମାନ ଆଉ ରହିଲାନି। ଏହାକୁ ନେଇ କିଛି ଅବିଭାବକ ଅନ୍ୟତ୍ର ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢାଇବା ପାଇଁ ମନ ବଳାଇ ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲର ଟ୍ୟୁସନ୍ ଫି ପଇଠ କରିଛନ୍ତି କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଟି ସି ଦେଉନାହାନ୍ତି। ଯାହାକି ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଛି। ନ୍ୟାୟ ପାଇଁଁ ଶିକ୍ଷା ଅଧିକାରୀଙ୍କ ନିକଟକୁ ନିକଟକୁ ବାରମ୍ବାର ଦୌଡ଼ିଦୌଡ଼ି ହନ୍ତସନ୍ତ ହେଲେଣି ଅବିଭାବକ।

ଏହାର ପ୍ରତିବାଦରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଢେଙ୍କାନାଳ ଆମ୍ ଆଦମୀ ଦଳ ଓ ଅବିଭାବକ । ସମସ୍ତଙ୍କୁ ଆସନ୍ତା କାଲି ଟି ସି ଦିଆଯିବ ବୋଲି ଆଶ୍ଵସନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏଥିରେ ଆପର ସଦସ୍ୟ ଚକ୍ରଧର ତରାଇ, ଅନ୍ତର୍ଯ୍ୟାମୀ ସାହୁ, କାମାକ୍ଷା ବେହେରା, ମହେନ୍ଦ୍ର ସାହୁ, କୁଞ୍ଜ ବିହାରୀ ଲେଙ୍କା, ଜୟନ୍ତ ଧଳ ପ୍ରମୁଖ ଭାଗ ନେଇଥିଲେ। ( ରିପୋର୍ଟ /ଅମର ରଞ୍ଜନ ଦାସ,ଢେଙ୍କାନାଳ)

Exit mobile version