Home ଓଡ଼ିଶା ସମନ୍ବୟ ଏବଂ ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ସ୍ଥାନୀୟ ପ୍ରଶାସନକୁ ସୁଦୃଡ କରିବା ସକାସେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ବ୍ଳକ ଅଧିନସ୍ଥ ସଦର ମହକୁମା ଆର,ଉଦୟଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ କରାଯାଇଥିଲା । ସ୍ଥାନୀୟ ବିଡିଓ ଲରିମନ ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରପଞ୍ଚ ଜାମେଶ ରାଇକାଙ୍କ ଅଧ୍ୟକ୍ଷତାରେ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାସ୍ବେ କମିଶନର ଶ୍ରୀମତୀ ପାର୍ବତୀ ମଜଂରୀ ମହାଲିକ ଯୋଗଦେଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜନ ସାଧାରଣଙ୍କ ସାମ୍ବହିକ ବିକାଶ ନିମନ୍ତେ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ସମସ୍ତକୁ ପରାମର୍ଶ ଦେଇଥିଲେ । ଆଜିର ସମନ୍ବୟ ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଶୁ ପାଳନ, ଆଇସିଡିଏସ, ଜିବିକା ମିଶନ ଓ ଉନ୍ୟାନ ବିଭାଗ ଆଦି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଯୋଜନା ସମନ୍ଧରେ ଆଲୋଚନା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରାମ ପଞ୍ଚାୟତ , ବ୍ଳକ, ତହସିଲି, କୃଷି, ଉଦ୍ୟାନ ଓ ଜଙ୍ଗଲ ଆଦି ବିଭାଗ ମାନଙ୍କ ସହ ସମନ୍ବୟ ରକ୍ଷା କରିବା ନିମନ୍ତେ ମାର୍ଗଦର୍ଶକ କରିଥିଲେ । ଏହା ବ୍ୟତୀତ ବିଇଓ ବିରେନ୍ଦ୍ର ମଣ୍ଡଳ,ବ୍ରହ୍ମପୁର ଆଡିସି ସମିକ୍ଷକ ଜଗନ୍ନାଥ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ, ଜିପିଇଓ ଦାମଦର ରେଡି, ବିପିଏମ୍, ଏମଆଇ ଓ ସିଆରସିସି ଅଦି ଅଧିକାରୀ ମାନେ ଏହି ସମନ୍ବୟ ବୈଠକରେ ନିଜ ନିଜ ଯୋଜନା ଗୁଡିକ ସମନ୍ଧରେ ଉପସ୍ଥାପନ କରିଥିଲେ । ସାମହିକ ଭାବେ ସର୍ବ ସାଧାରଣଙ୍କ ଦ୍ବାରା ନିକଟରେ ସରକାରଙ୍କ ଯୋଜନା ପହଞ୍ଚିବା ଏହି ସମନ୍ବୟ ବୈଠକର ଉବ୍ଦେଶ ଥିଲା । ଏହି ବୈଠକକୁ ସ୍ଥାନୀୟ ପଞ୍ଚାୟତ ପିଇଓ ରବିନ୍ଦ୍ର ପାତ୍ର ପରିଚାଳନା କରିବା ସହ ସେଷରେ ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026