Home ଓଡ଼ିଶା ହିତାଧିକାରୀଙ୍କ ମୁହଁରେ ହସ ଟିକିଏ ଦେଖିବାକୁ ହିଁ ରାଜ୍ୟ ସରକାରଙ୍କ ପ୍ରୟାସ : ମନ୍ତ୍ରୀ ଡଃ ମହାପାତ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମୟୂରଭଞ୍ଜରେ ଆୟୋଜିତ ହେଲା ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ସମାରୋହରେ ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଯୋଗଦାନ ହିତାଧିକାରୀଙ୍କୁ ବାଣ୍ଟିଲେ ବର୍ଦ୍ଧିତ ଭତ୍ତା ଚେକ; ଭିନ୍ନକ୍ଷମ ଯୁବକ ମାନଙ୍କୁ ପ୍ରଦାନ କଲେ ବ୍ୟାଟେରୀ ଚାଳିତ ଅଟୋରିକ୍ସା ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାରିପଦା :- ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଯୋଗଦାନ କରି ଏହି ସେବାକୁ ଓଡ଼ିଶାବାସୀଙ୍କ ନିମନ୍ତେ ଉତ୍ସାର୍ଗୀକୃତ କରିଥିଲେ । ଏହି ପରିପ୍ରେକ୍ଷୀରେ, ମୟୂରଭଞ୍ଜ ସଦର ମହକୁମା ବାରିପଦାସ୍ଥ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ରାଜ୍ୟସଭା ସାଂସଦ, ଶ୍ରୀମତୀ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା , ଶ୍ରୀମତୀ ଭାରତୀ ହାଁସଦା, ମାନ୍ୟବର ବିଧାୟକ ବାରିପଦା, ଶ୍ରୀ ପ୍ରକାଶ ଚନ୍ଦ୍ର ସୋରେନ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ କାନ୍ଦ୍ରା ସୋରେନ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ, ଜିଲ୍ଲାରେ ଥିବା ବିଭିନ୍ନ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ କରାଯାଇଥିଲା ଓ ଅନ୍ୟ କିଛି ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ସହାୟତା ରାଶି ମଧ୍ୟ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା। ଏହା ସହିତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୧୨ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନ ଜୀବିକା ନିର୍ବାହ ପାଇଁ ବ୍ୟାଟେରୀ ଚାଳିତ ଅଟୋରିକ୍ସା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ସୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର ନିଜ ଅବିଭାଷଣରେ କହିଥିଲେଯେ ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି କାରଣ ଓଡିଶାର ଜନସାଧାରଣଙ୍କ ପ୍ରତ୍ୟେକ ସୁବିଧା ଅସୁବିଧା ବୁଝିବା ପାଇଁ ରାଜ୍ୟସରକାର ଦୃଢ଼ ପ୍ରତିଶୃତିବଦ୍ଧ । ଏହି ବର୍ଦ୍ଧିତ ଭତ୍ତା, ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଜୀବନଶୈଳୀକୁ ଏକ ନୂତନ ଦିଗ ଦେବ କାରଣ ଜୀବନର ଶେଷ ସମୟରେ କେଇଟା ଟଙ୍କା ନୁହେଁ, ରାଜ୍ୟ ସରକାର ସେହି ଗରିବ ହିତାଧିକାରୀଙ୍କ ମୁହଁରେ ହସ ଟିକିଏ ଦେଖିବାକୁ ଚାହୁଁଛନ୍ତି ବୋଲି ନିଜ ବକ୍ତବ୍ୟରେ ଡଃ ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମକୁ ଆସିଥିବା ବିଭିନ୍ନ ବ୍ଲକର ହିତାଧିକାରୀ ମାନେ, ମାନ୍ୟବର ମନ୍ତ୍ରୀଙ୍କ ସହ ମିଶି ଥିଲେ ଏବଂ ମନ୍ତ୍ରୀ ମଧ୍ୟ ସେମାନଙ୍କ ସହ କଥା ହୋଇ ସମସ୍ତ ଅସୁବିଧାର ତୁରନ୍ତ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ସମସ୍ତ ହିତାଧିକାରୀଙ୍କୁ ଚେକ ପ୍ରଦାନ କରିବା ସହିତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ, ଯେଉଁମାନଙ୍କୁ ବ୍ୟାଟେରୀ ଚାଳିତ ଅଟୋରିକ୍ସା ପ୍ରଦାନ କରାଯାଇଛି, ତାଙ୍କ ସହ ଗାଡି ଚାଳନା କରିଥିବାର ମଧ୍ୟ ଦେଖାଯାଇଛି । କାର୍ଯ୍ୟକ୍ରମ ସମୟରେ, କେନ୍ଦୁଝରରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଦ୍ଧିତ ଭତ୍ତାକୁ ଆଭାସୀ ମାଧ୍ୟମରେ ଜନାଭିମୁଖୀ କରିବା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ବାରିପଦାରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଏହି କାର୍ଯ୍ୟକ୍ରମ ସଂଚାଳନ ଓ ମଂଚ ପରିଚାଳନା କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ, ସାଗର ଦ୍ୱିବେଦୀ, ସମରଜିତ ଗରେଇ , ସୁପ୍ରଭା ପରିଡା, ମାନସ ଦଣ୍ଡପାଟ ଓ ଶ୍ଵେତବାହିନୀ ମିଶ୍ର ପ୍ରମୁଖ ବିଶେଷ ସହାୟତା କରିଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026