Home ଓଡ଼ିଶା ବିଶ୍ୱ ସମୁଦ୍ର ଗ୍ରୁପ୍ ତାହାର ମୁଖ୍ୟ ମ୍ୟାନେଜରିଆଲ ପଦଗୁଡିକ ସମ୍ପର୍କରେ ଘୋଷଣା କରୁଛି: ଶିବଦତ୍ତ ଦାସ ମ୍ୟାନେଜିଂ ଡାଇରେକ୍ଟର ଏବଂ ଲକ୍ଷ୍ମୀ ପ୍ରି୍ରୟଦର୍ଶିନୀ ଭାଇସ୍ ଚେୟାରପର୍ସନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ପ୍ରମୋଟର ଚେୟାରମ୍ୟାନ ଶ୍ରୀ ଚିନ୍ତା ଶଶିଧରଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ହାଇଦରାବାଦସ୍ଥିତ ୩ ବିଲିଅନ ଆମେରିକୀୟ ଡଲାର ଗ୍ରୁପ୍ କମ୍ପାନୀ ବିଶ୍ୱ ସମୁଦ୍ର ଗ୍ରୁପ୍ ତାହାର ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ ଶିବଦତ୍ତ ଦାସ ଏବଂ ଭାଇସ ଚେୟାରପର୍ସନ ଭାବରେ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟଦର୍ଶିନୀଙ୍କ ନାମ ନିଜର ହୋଲଡିଂ କମ୍ପାନୀ ପାଇଁ ଘୋଷଣା କରିଛି । ସେମାନେ ଗ୍ରୁପ୍ର ବିଦେଶରେ ବ୍ୟବସାୟିକ କାର୍ଯ୍ୟ ପରିଚାଳନାର ନେତୃତ୍ୱ ନେବେ । ହୋଲ୍ଡିଂ କମ୍ପାନୀର ସମ୍ପ୍ରତି ଇଞ୍ଜିନିୟରିଂ, ସାମୁଦ୍ରିକ, ବିମାନ ଚଳାଚଳ, ବିନିର୍ମାଣ ଏବଂ ନିବେଶ କ୍ଷେତ୍ରରେ ଆଗ୍ରହ ରହିଛି । ଏହାର ଇଞ୍ଜିନିୟରିଂ ସଂସ୍ଥା ବିଶ୍ୱସମୁଦ୍ର ଇଞ୍ଜିନିୟରିଂ ଶିଳ୍ପରେ ଅଗ୍ରଣୀ ରହିବା ସହିତ ଗତ ୨ବର୍ଷ ଧରି ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିଆସୁଛି ଏବଂ ଭାରତରେ ସଂରଚନା କ୍ଷେତ୍ରରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି । ବାରାଣସୀରେ ଅର୍ବାନ ରୋପ ୱେ ନିର୍ମାଣରେ ଅଗ୍ରଣୀ ରହିଥିବା ଏହି କମ୍ପାନୀ ମଧ୍ୟ ସର୍ବାଧିକ ନବୋନ୍ମେଷୀ ସଂରଚନା କମ୍ପାନୀ ଭାବରେ ଏବିପି ଇନ୍ଫ୍ରାଷ୍ଟ୍ରକଚର କନ୍କ୍ଲେଭରେ ପୁରସ୍କାର ହାସଲ କରିଛି । ଶିବଦତ୍ତ ଗତ କିଛିବର୍ଷ ଧରି ଏହି ଗ୍ରୁପ୍ର ଅଂଶ ହୋଇ ରହିଆସିଛନ୍ତି ଏବଂ ଗ୍ରୁପ ଏକ୍ଜିକୁ୍ୟଟିଭ ଡାଇରେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ଏହା ତାଙ୍କୁ ତାଙ୍କର ସମକକ୍ଷ ଗ୍ରୁପ୍ ତୁଳନାରେ ଅନ୍ୟତମ ଯୁବ ବୃତ୍ତିଧାରୀ କରି ଗଢିତୋଳୁଛି । ଫିକି ନ୍ୟାସନାଲ ଏକ୍ଜିକୁ୍ୟଟିଭର ଅଂଶଭାବରେ ସେ ୟୁନାଇଟେଡ ସ୍ପିରିଟସ୍, ଆଇସିଆଇସିଆଇ ପ୍ରୁଡେନ୍ସିଆଲ, ଭାରତୀ ଆକ୍ସା ଲାଇଫ ଇନସୁ୍ୟରାନ୍ସ, ଟାଟା ଏଆଇଏ, ରିଲାଏନ୍ସ କ୍ୟାପିଟାଲ ଏବଂ ଡି ୱାଇ ପାଟିଲ ହେଲ୍ଥକେୟାର ଭଳି ସଂସ୍ଥାରେ ଅତୀତରେ କାର୍ଯ୍ୟ କରିଛନ୍ତି ଏବଂ ତାହାବ୍ୟତୀତ ତାଙ୍କର ନିଜସ୍ୱ ଷ୍ଟାର୍ଟଅପ୍ ପରିବ୍ୟବସ୍ଥାରେ ସେ ନିଜେ ଜଣେ ଆଦ୍ୟ ନିବେଶକ ରହିଛନ୍ତି । ଏଥିସହିତ ସ୍ୱିଗି କ୍ୟାପ ଟେବଲ୍ ପ୍ରି-ଆଇପିଓରେ ସେ ମଧ୍ୟ ଅନ୍ୟତମ ନିବେଶକ ଥିଲେ । ଜଣେ ଯୋଗ୍ୟତାସମ୍ପନ୍ନ ଅର୍ଥନୀତି ସ୍କଲାର ଏବଂ ଜନସେବାରେ ବିଶେଷ ଆଗ୍ରହ ରଖୁଥିବା ଶିବଦତ୍ତ ନିକଟରେ ଏକ ସମ୍ଭ୍ରାନ୍ତଜନକ କଫି ଟେବୁଲ ବୁକ୍ ‘ଡୁଗା ଡୁଗା’ ଲେଖିଛନ୍ତି ଯେଉଁଥିରେ ଦୁର୍ଗା ପୂଜାର କାହାଣୀ ଏବଂ ସମଗ୍ର ଭାରତ ସହିତ ଏହାର ସମ୍ପର୍କ ବିଷୟ ସ୍ଥାନ ପାଇଛି । ଏହି ଘୋଷଣା ଅବସରରେ ଶ୍ରୀ ଚିନ୍ତା ଶଶୀଦର, ଗ୍ରୁପ୍ ଚେୟାରମ୍ୟାନ କହିଥିଲେ, “ଗ୍ରୁପ୍ ସମ୍ପ୍ରତି ଏହି ନେତୃତ୍ୱ ଆବଶ୍ୟକ କରୁଛି ଏବଂ ଆମେ ଏକ ବିଶାଳ ଲମ୍ଫ ପ୍ରଦାନକରି ଆମ କାର୍ଯ୍ୟ ଜରିଆରେ ଏକ ବିରାସତ୍ ନିର୍ମାଣ କରିବାକୁ ଉଦ୍ୟତ ହେଉଛୁ । ଆମେ ଏକ ବୈଶ୍ୱିକ ଉଦ୍ୟୋଗ ନିର୍ମାଣ କରୁଛୁ ଏବଂ ଶିବଦତ୍ତ ଏହି ଭୂମିକା ନେବାପାଇଁ ସର୍ବୋତ୍ତମ ଉପଯୁକ୍ତ ଆଭ୍ୟନ୍ତରୀଣ ପ୍ରତିଭା ଅଟନ୍ତି ।” ଏହି କେଏମ୍ପି ଗଠନକୁ ଆଗେଇ ନେଇ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟଦର୍ଶିନୀ ଚିନ୍ତାଙ୍କୁ ଗ୍ରୁପ୍ର ଭାଇସ ଚେୟାରପର୍ସନ ଭାବରେ ଘୋଷଣା କରାଯାଇଛି । ଜଣେ ପ୍ରବୀଣ ଗଣିତଜ୍ଞ ଭାବରେ ଲକ୍ଷ୍ମୀ ଗଣିତର ଜଟିଳ ସମସ୍ୟାଗୁଡିକର ସମାଧାନ କରି ପିଲାଙ୍କୁ ପାଠ ପଢଇବାର ଯେଉଁ ଉପାୟ ଖୋଜିଛନ୍ତି ତାହା ଏହି ଗ୍ରୁପ୍ର ଚିନ୍ତାଧାରାରେ ସଠିକ ସନ୍ତୁଳନ ଏବଂ ଲିଙ୍ଗଗତ ଅନ୍ତର୍ଭୁକ୍ତି ଅନୁପାତ ବଜାୟ ରଖିପାରିଛି । ଶ୍ରୀମତୀ ପ୍ରିୟଦର୍ଶିନୀ ଏପର୍ଯ୍ୟନ୍ତ କେବଳ ବ୍ୟାପକ ସିଏସଆର ପ୍ରୟାସଗୁଡିକର ନେତୃତ୍ୱ ନେଇନାହାନ୍ତି, ତାହାସହିତ ବର୍ଷବର୍ଷ ଧରି ଗ୍ରୁପ୍ର ଦୂରଦୃଷ୍ଟି ଏବଂ ସମ୍ପ୍ରସାରଣ ପଛରେ ଏକ ଶକ୍ତି ହୋଇ ରହିଆସିଛନ୍ତି । କମ୍ପାନୀର ଦୈନନ୍ଦିନ ବ୍ୟାପାରରେ ସକ୍ରିୟ ଭାବରେ ସଂପୃକ୍ତ ରହିବା ସହିତ ତାହା ଊଦ୍ଧ୍ୱର୍ରେ ଜନ ନୀତିସମୂହ ଏବଂ ପ୍ରଶାସନରେ ତାଙ୍କର ସର୍ବଦା ଆଗ୍ରହ ରହିଆସିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026