Home ଓଡ଼ିଶା ୪୮ ଘଣ୍ଟା ମଧ୍ୟରେ ସରକାର ଦେଉଛନ୍ତି ଚାଷୀଙ୍କୁ ଧାନବିକ୍ରୟ ଟଙ୍କା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୟୂରଝlଲିଆ, ଗୋପାଳପୁର, ଗୋଡିପଡା, କେଶପାନିଆ, ସରଣକୂଳ ଓ ଚଡେୟାପଲ୍ଲୀ ଠାରେ 2024-25 ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାର ଶୁଭାରମ୍ଭ କରୁଛନ୍ତି l ଏପର୍ଯ୍ୟନ୍ତ ଏମଏସପି ବାବଦକୁ ୫୮୬୨ କୋଟି ଏବଂ ଇନ୍ପୁଟ ସହାୟତା ଭାବେ ୨୦୩୯ କୋଟି ଟଙ୍କା ପ୍ରଦାନ ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି । ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ ନ ପଡ଼ନ୍ତି, ଏଥି ନିମନ୍ତେ ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ହିତ ପାଇଁ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟକୁ ସେମାନଙ୍କ ଧାନକିଣା ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ୨୭ଟି ଜିଲ୍ଲାରେ ଧାନକିଣା ଜାରି ରହିଛି । ଆଜି ସୁଦ୍ଧା ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ,ମୟୂରଝlଲିଆ, ଗୋପାଳପୁର, ଗୋଡିପଡା, କେଶପାନିଆ, ସରଣକୂଳ ଓ ଚଡେୟାପଲ୍ଲୀ ଆଦି ଜିଲ୍ଲାର ୫ ଲକ୍ଷ ୩୪ ହଜାର ୪୧୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ ସହ ଇନ୍ପୁଟ ସହାୟତା ପ୍ରଦାନ କରାଯାଇଛି । ଏହି ମର୍ମରେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପ୍ରାୟ ୫୮୬୨ କୋଟି ଏବଂ ଇନ୍ପୁଟ ସହାୟତା ବାବଦକୁ ପ୍ରାୟ ୨୦୩୯ କୋଟି ଟଙ୍କା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ଛୁଟି ଓ ରବିବାର ଗୁଡିକରେ ମଧ୍ୟ ଏହି ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟା ଜାରି ରହୁଛି । ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନପୁଟ୍ ସହାୟତା ପ୍ରଦାନ ପାଇଁ ଏକ ତ୍ରିସ୍ତରୀୟ ପ୍ରକ୍ରିୟା କାର୍ଯ୍ୟକ୍ଷମ କରାଯାଇଛି । ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି ଯେଉଁଥିରେ ସରକାରଙ୍କ ବୈଷୟିକ ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଏକ ଟିମ୍ ୨୪ ଘଣ୍ଟା ଭିତ୍ତିରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଏକ ୧୫ ଜଣିଆ ବୈଷୟିକ ଟିମ ନିୟୋଜିତ ହୋଇଛନ୍ତି। ସେମାନେ ଦୁଇଟି ଦଫାରେ କାର୍ଯ୍ୟ କରି ଧାନ କିଣା ଉପରେ ନଜର ରଖୁଛନ୍ତି । ବୈଷୟିକ ଦଳ ଦ୍ୱାରା ଧାନ କ୍ରୟ ପୂର୍ବରୁ ପବ୍ଲିକ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) ପ୍ଲାଟଫର୍ମ ଜରିଆରେ ବ୍ୟାଙ୍କ ଖାତା ପଞ୍ଜୀକରଣ ସୁନିଶ୍ଚିତ କରିବା ସହ ଏହାକୁ ଯାଞ୍ଚ କରାଯାଉଛି । ଏଥିପାଇଁ ସରକାର ବ୍ୟାଙ୍କଗୁଡିକ ସହ ସମନ୍ୱୟ ରକ୍ଷା କରି ଦୈନିକ ଦେୟ ପ୍ରଦାନ କରିବା ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି । ରାଜ୍ୟ କଲ୍ ସେଣ୍ଟର ଜରିଆରେ ପଞ୍ଜିକୃତ ପ୍ରତ୍ୟେକ ଚାଷୀଙ୍କୁ ଦେୟ ପ୍ରଦାନ ସଂପର୍କିତ ଚାଷୀ ମାନଙ୍କ ମତାମତ ଉପରେ ମଧ୍ୟ ନଜର ରଖାଯାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026