୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଥିବା ୮୦ ବର୍ଷ ଓ ତଦୁର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଏବଂ ୮୦ ପ୍ରତିଶତ ଓ ତଦୁର୍ଦ୍ଧ ଥିବା ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରି ମାସିକ ଭତ୍ତା ୧୨୦୦ ରୁ ବର୍ଦ୍ଧିତ ହୋଇ ୩୫୦୦ ଟଙ୍କା ଏହି ଜାନୁଆରୀ ମାସ ୧୫ ତାରିଖ ଠାରୁ ପ୍ରଦାନ କରିବା ଅବସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।
