Home ଓଡ଼ିଶା କୋଡିଏ ଜଣ ବୃଦ୍ଧବୃଦ୍ଧା ଙ୍କୁ ଶ୍ରୀଜୀଉ ଦର୍ଶନ କରାଇଲା ଉର୍ଜାବାନ ଓଡିଶା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପବିତ୍ର ମକର ସଂକ୍ରାନ୍ତି ହେଉଛି ପ୍ରତି ଓଡ଼ିଆଙ୍କ ପାଇଁ ଏକ ଅନନ୍ୟ ପର୍ବ। ବିଶ୍ୱାସ ରହିଛି ଏହିଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ଏବଂ ଗୋଟିଏ ରାଶିରୁ ସେ ଅନ୍ୟ ରାଶିକୁ ଚଳନ କରନ୍ତି । ଏଣୁ ସଭିଏଁ ଏହି ପ୍ରଥମ ଦିନରେ ଦାନ ପୁଣ୍ୟ ସହିତ ଦେବ ଦର୍ଶନ କରି ପୁଣ୍ୟ ଲାଭ କରନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତ ମାନଙ୍କର ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ବିଶିଷ୍ଟ ଯୁବ ସମାଜସେବୀ ସ୍ବର୍ଗତ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ପିପୁଲ ଫର ସେବା ଅନୁଷ୍ଠାନର ବୃଦ୍ଧାଶ୍ରମରେ ରହୁଥିବା ପାଖାପାଖି କୋଡ଼ିଏ ଜଣ ବୃଦ୍ଧ ଓ ବୃଦ୍ଧା ଙ୍କୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ମା ପଦ୍ମାଳୟା ଦାଶ, ନନ୍ଦ କିଶୋର ଦାଶ ପୁରୀଠାରେ ପହଞ୍ଚିଥିଲେ । ଅସମ୍ଭବ ଜନଗହଳି ହେତୁ ସେମାନେ ମନ୍ଦିର ଭିତରେ ପ୍ରବେଶ କରିବା କାଠିକର ପାଠ ହୋଇଥିଲା। ସୌଭାଗ୍ୟବଶତଃ ପୁରୀଠାରେ ଅବସ୍ଥାପିତ ଅଗ୍ରଣୀ ସମାଜସେବୀ ସଂଗଠନ ଉର୍ଜାବାନ ଓଡ଼ିଶା ପରିବାରର ସମ୍ପାଦିକା ସମେତ କର୍ମକର୍ତ୍ତାମାନେ ସେହି ବୃଦ୍ଧମାନଙ୍କୁ ସୁଚାରୁ ରୂପେ ମନ୍ଦିର ଭିତରେ ପ୍ରବେଶ କରାଇ ଦିଅଁ ଦର୍ଶନ କରାଇ ନିର୍ବିଘ୍ନରେ ମନ୍ଦିର ବାହାରକୁ ଆଣିବାର ବ୍ୟବସ୍ଥା କରିଥିଲେ । ଠାକୁରଙ୍କୁ ସହଜରେ ଦର୍ଶନ କରି ପାରିଥିବାରୁ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କ ମନରେ ବିପୁଳ ଖୁସିର ଲହରୀ ଖେଳି ଯାଇଥିଲା। ଅନୁଷ୍ଠାନର ଏଭଳି ପଦକ୍ଷେପ ପାଇଁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସମ୍ପାଦିକା ସୁଶ୍ରୀ ନିହାରିକା ତ୍ରିପାଠୀ, ସଭାପତି ସନ୍ତୋଷ ସେନାପତି, ପୁରୀ ଏସ. ପି ବିନୀତ୍ ଅଗ୍ରୱାଲ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନିଲ କୁମାର ପ୍ରଧାନ, ସିଂହଦ୍ଵାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୱେତପଦ୍ମା ଦାଶ ଙ୍କୁ ପୋଲିସ ପକ୍ଷରୁ ମିଳିଥିବା ସହଯୋଗ ପାଇଁ ଅନୁଷ୍ଠାନ ଧନ୍ୟବାଦ ଅର୍ପଣ କରିଛନ୍ତି l Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026