୪୦ ଲକ୍ଷ ର ଗଞ୍ଜେଇ ଜବତ।୫ ପିକପ୍ ଭ୍ୟାନ୍ ଙ୍କୁ ଅଟକ

୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଟାଙ୍ଗୀ :- ପିକ ଅପ ଭ୍ୟାନ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ  ନିରାକାର ପୁର ଲେବଲ କ୍ରସିଂଙ୍ଗ ନିକଟରେ ପିକଅପ ଭ୍ୟାନ କୁ ମାଡି ବସିଲା ଟାଙ୍ଗୀ  ଅବକାରୀ ପୋଲିସ । ପିକଅପ ଭ୍ୟାନ କୁ ଜବତ କରି  ତନଖି ବେଳେ ଜରିପାଲ ଭିତରୁ ବାହାରିଲା ବସ୍ତା ପରେ ବସ୍ତା  ୧୫ ରୁ ଅଧିକ ବସ୍ତା ଗଞ୍ଜେଇ ।

ପିକଅପ ଭ୍ୟାନ ସହ ଗଞ୍ଜେଇ କୁ ହେପାଜତ କୁ ନେଇଥିଲା ଟାଙ୍ଗୀ ଅବକାରୀ ପୋଲିସ । ଅବକାରୀ କାର୍ଯ୍ୟାଳୟ ରେ ତଦନ୍ତ ସହ ଓଜନ ପରେ ଜବତ ଗଞ୍ଜେଇ ର ଓଜନ ୪କ୍ୟୁଣ୍ଟାଲ ବୋଲି ଜଣା ପଡିଛି  । ଜବତ ଗଞ୍ଜେଇର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେଵ ବୋଲି ଜଣା ପଡିଛି। ଏହି ଘଟଣା ରେ ଗାଡି ଚାଳକଙ୍କୁ ଗିରଫ କରିଛି ଅବକାରୀ ପୋଲିସ୍ ।

ଗିରଫ ଅଭିଯୁକ୍ତ ର ନାମ ପୁର୍ଣଚନ୍ଦ୍ର ଦେ,ବୟସ (୩୫)ଘର ପୁରୀ ଜିଲ୍ଲା ବ୍ରହ୍ମଗିରୀଗୌଡ଼ ସାହିରେ । ଆସ୍କା ଶେରଗଡ଼ ରୁ ବ୍ରହ୍ମଗିରୀ କୁ ଗଞ୍ଜେଇ ହେଉଥିଲା ଚୋରା ଚାଲାଣ । ଚଣ୍ଡେଶ୍ୱର ଠାରୁ ଗଞ୍ଜେଇ ଗାଡି କୁ ପିଛା କରି ଶେଷରେ ନିରାକାର ପୁର ନିକଟରେ ଗାଡିକୁ ଧରିବାରେ ସଫଳ ହୋଇଛି ଅବକାରୀ ପୋଲିସ୍।ଥାନା ଅଧିକାରୀ ଅମେନ୍ଦ୍ର  ସତପଥି ଘଟଣା କୁ ତନଖି କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା  ଏକ ବଡ ସଫଳତା ର  ପରିଚୟ ଦେଇଛି ।

Exit mobile version