୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବଲାଙ୍ଗୀର ଜିଲ୍ଲା :- ପୌଷ ପୂର୍ଣ୍ଣିମା ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଷଷ୍ଠ ପୁଷ୍ୟାଭିଷେକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ଉତ୍ସବରେ ଆଖପାଖ ଗ୍ରାମର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ପ୍ରଭୁ ଶ୍ରୀରାମ,ମାତା ସୀତା ଓ ବୀର ଲକ୍ଷ୍ନଣଙ୍କ ଚଳନ୍ତି ପ୍ରତିମାଙ୍କୁ ଭରତ (ସୁବଳ ଗୁରହାଣ୍ଡି) ପଦଧୌତ କଲାପରେ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଯାଇଥିଲା ।

