୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପାରିକୁଦର ଇଷ୍ଟଦେବୀ ତଥା ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ରୂପେ ଜଣାଶୁଣା ମା କାଳିଜାଇଙ୍କ ପୀଠରେ ମଙ୍ଗଳ ବାର ଦିନ ପାରମ୍ପରିକ ମକର ମେଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଅବବ୍ୟହିତ ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇ ଉଠିଛି ଏହି ପୀଠ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଙ୍କ ପୀଠ କୁ ଆସୁଥିବାରୁ ଶୃଙ୍ଖଳିତ ଦର୍ଶନ ଦିଗରେ କଡ଼ା ନଜର ରଖାଯାଇଥିବା ଆଇଆଇସି ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

