ମକର ମେଳାରେ ଗୁଆ ଖୋଜା ପର୍ବ, ସନ୍ତାନ ପ୍ରାପ୍ତି ପାଇଁ ଗୁଆ ଖୋଜୁଛନ୍ତି ନିସନ୍ତାନ ନାରୀ , ଲମ୍ବା ଧାଡ଼ିରେ ଭକ୍ତ ପରିବେଶ

୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ବେଗୁନିଆ  :- ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଖୋର୍ଦ୍ଧା ବେଗୁନିଆ ବ୍ଲକର ଅଟ୍ରି ବେଶ ଚଳାଚଞ୍ଚଳ। ଠାକୁର ଦର୍ଶନ ସହିତ ନାନସିକ ପୂର୍ତ୍ତି ପୁଣି ଶୀତୁଆ ସକାଳରେ ଗରମ ପାଣିର ମଜ୍ଜା ଏହା ସାଙ୍ଗକୁ ଦୋକାନ ବଜାର ପୁଣି ରାତିକୁ ମନୋରଞ୍ଜନରେ ଦୁଲୁକିବ ମହୋତ୍ସବ ମଞ୍ଚ । ଏସବୁ ସମ୍ଭାର ନେଇଆସିଛି ଅଟ୍ରିର ମକର । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଟ୍ରିର ପ୍ରସିଦ୍ଧ ହାଟକେଶ୍ୱର ମହାଦେବ ନିକଟରେ ଭକ୍ତଙ୍କ ଲମ୍ବା ଲାଇନ।

ଦୁର୍ଲଭ ଦର୍ଶନ କରି ବାବାଙ୍କ ସାନିଧ୍ୟ ଲାଭ କରୁଛନ୍ତି ଦୂରଦୂରାନ୍ତରୁ ଆସିଥିବା ଭକ୍ତ। ଖାଲି ଦର୍ଶନ ନୁହେଁ ମାନସିକ ପ୍ରାପ୍ତ ପାଇଁ ମଧ୍ୟ ହାଟକେଶ୍ୱର ମହାଦେବ ବେଶ ପ୍ରସିଦ୍ଧ। ପ୍ରବାଦ ରହିଛି ଏହି ମକର ସଂକ୍ରାନ୍ତି ଦିନ ନିଃସନ୍ତାନ ଦମ୍ପତି ବାବାଙ୍କ ନିକଟରେ ମାନସିକ ରଖି ନିକଟସ୍ଥ ଉଷ୍ମପ୍ରଶବଣ ଠାରେ ଥିବା ବାବାଙ୍କ ଦହନ କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବର୍ଷକ ଭିତରେ ସନ୍ତାନ ପ୍ରାପ୍ତିହୋଇଥାଏ। ଆଉ ସେହି ମାନସିକ ରଖି ଏଠାରେ ଆଜି ଅନେକ ମାନସିକଧାରୀ l


ମଧ୍ୟାହ୍ନରେ ମକର ଉପଲକ୍ଷେ ବାବାଙ୍କ ନିକଟରେ ଲାଗିଁହୁଏ ମକର ଚାଉଳ ଭୋଗ। ବିଭିନ୍ନ ରୀତିନୀତି ଅନୁଷ୍ଠିତ ପରେ ଠାକୁର ଦର୍ଶନ ଏବଂ ମାନସିକ ପ୍ରାପ୍ତ ସହିତ ଏଠିକାର ଆଉ ଏକ ଆକର୍ଷଣ ହେଉଛି ଗରମ ପାଣିର ମଜ୍ଜା। ଶୀତୁଆ ସକାଳରେ ଏଠାରେ ପ୍ରାକୃତିକ ଉପାୟରେ ବାହାରୁଥିବା ଗରମ ପାଣିରେ ସ୍ନାନ ଦର୍ଶକଙ୍କୁ ଆଉ ଟିକେ ଖୋରାକ ଯୋଗାଏ । ସେପଟେ ଦର୍ଶକଙ୍କ ସମାଗମକୁ ଆଖି ଆଗରେ ରଖି ଦୋକାନ ବଜାରର ଆସର ଜମିଥାଏ ।

ଘରକରଣା ସାମଗ୍ରୀ ସହିତ ଖେଳନା, ଆଉ ଚଟପଟି ଖାଦ୍ୟ ପରେ ରାତିକୁ ସାଂସ୍କୃତିକ ସଂନ୍ଧ୍ୟାରେ ମହୋତ୍ସବ ଦର୍ଶକଙ୍କୁ ମନୋରଞ୍ଜନରେ ବାନ୍ଧିରଖେ ୫ ଦିନ ବ୍ୟାପି। ଅନ୍ୟପଟେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିର ରଖି ଖୋର୍ଦ୍ଧା SP ଙ୍କ ତତ୍ଵାବଧାନରେ ବାଘମାରି ଏବଂ ବେଗୁନିଆ ପୋଲିସିକୁ ନିୟୋଜିତ କରାଯାଇଛି ।

Exit mobile version