Home ଓଡ଼ିଶା ଜରାଜୀଣ୍ଣ ଅବସ୍ଥାରେ ତିଳିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ : ପିଲାଙ୍କ ଭବିଷ୍ୟତ ଅନ୍ଧାକାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଶିକ୍ଷାର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଏତେ ସବୁ ଯୋଜନା ସତ୍ତ୍ବେ ଏବେବି ଅନେକ ବିଦ୍ୟାଳୟର ଉନ୍ନତି ହୋଇନାହିଁ । ପ୍ରଶାସନର ଅବହେଳା ହେଉ କିମ୍ବା ସ୍ଥାନୀୟ ଜନ ପ୍ରତିନୀଧିଙ୍କ ଆନ୍ତରିକତା ଅଭିବ ଯୋଗୁଁ ବିଦ୍ୟାଳୟର ଉନ୍ନତିରେ ବାଧକ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ତିତିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ କିଛି ପିଲା ଏକ ଭାଙ୍ଗ ଶ୍ରେଣୀ ଗୃହରେ ପଢୁଥିବା ବେଳେ କିଛି ପିଲା ଗଛମୂଳେ ପଢୁଛନ୍ତି । ୧୯୫୫ ଜୁନ ୨୨ରେ ନିର୍ମାଣ ହୋଇଥିବା ତିଳିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା କୋଠ ଭାଙ୍ଗି ନଷ୍ଟ ହୋଇଯାଇଛି । ଦୀର୍ଘ ବର୍ଷ ହେଲା ଶ୍ରେଣୀ ଗୃହ ଭାଙ୍ଗି ଗଲାଣି । ବିଦ୍ୟାଳୟର ଆବଶ୍ୟକତାକୁ ଦେଖି ନୂତନ କୋଠ ନିର୍ମାଣ ହୋଇଥିଲା । ଝରକା କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂଣ୍ଣ ଦର୍ଶାଇ କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂଣ୍ଣ ଦର୍ଶାଇ ବିଲ୍ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶ୍ରେଣୀ କୋଠା ଅଭାବରୁ କିଛି ପିଲା ଅଦ୍ଧ ନିମିତ କୋଠାରେ ଓ କିଛି ପିଲା ବିଦ୍ୟାଳୟ ପରିସରରେ ଥିବା ଗଛ ମୂଳ ପାଠ ପଢୁଛନ୍ତି । ଏପରିକି ଅଦ୍ଧ ନିମିତ ଶ୍ରେଣୀ କୋଠାରେ ପିଲାମାନେ ଥରିଥରି ପଢୁଥିବାରୁ ଶିକ୍ଷକ କନା ଓ ପାଲ ବାନ୍ଧି ଭିତରେ ବସୁଛନ୍ତି । ବିଦ୍ୟାଳୟରେ ପାଣି ସମସ୍ୟା ରହିଥିବା ବେଳେ ବିଦ୍ୟୁତ ସଂଯୋଗ ହୋଇନାହିଁ । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନଶିକ୍ଷକଙ୍କ ସମେତ ୨ ଶିକ୍ଷକ ରହିଛନ୍ତି । ଏନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗା କରିବାକୁ ଚାହିଁଥିଲୁ ସେ କାର୍ଯ୍ୟାଳୟ ଆସିନଥିବାରୁ ଯୋଗାଯୋଗା ହୋଇପାରି ନଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026