Home ଓଡ଼ିଶା ଦ୍ୱିତୀୟ ଦିନରେ ୧୪ ହାଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :–> ଭୁବନେଶ୍ୱର ରାଜଭବନ ଉଦ୍ୟାନ ଖୋଲା ହେବାର ଦ୍ୱିତୀୟ ଦିନ ଅପରାହ୍ନରେ ଆପ୍ ମାଧ୍ୟମରେ ପଂଜିକରଣ କରିଥିବା ୧୪ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିଛନ୍ତି । ମଙ୍ଗଳବାର ମକର ସଂକ୍ରାନ୍ତି ଥିବାରୁ ଅପରାହ୍ନ ଘ.୨.୩୦ମି. ବେଳକୁ ରାଜଭବନ ପରିସରରେ ଉଦ୍ୟାନ ପରିଦର୍ଶନ ନିମନ୍ତେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏତଦ୍ବ୍ୟତୀତ ମଙ୍ଗଳବାର ସକାଳେ ସେଂଟ୍ ଜାଭିୟର୍ସ ହାଇସ୍କୁଲ, ବାରବାଟୀ କ୍ୟାମ୍ପସ, କଟକ ଏବଂ ଏସ୍.ସି.ବି. ମେଡ଼ିକାଲ ଡିଏଭି ପବ୍ଲିକ ସ୍କୁଲ, କଟକର ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି ପିଲାମାନଙ୍କ ସହ ବାର୍ତାଳାପ କରିଥିଲେ ଓ ସେମାନଙ୍କୁ ଚକୋଲେଟ୍ ଓ କଲମ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026