Home ଓଡ଼ିଶା ଭାରତୀୟ ଆଧ୍ୟାତ୍ମିକ ଦର୍ଶନକୁ ବିବେକାନନ୍ଦ ଙ୍କ ଦାନ ଅତୁଳନୀୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ଭାରତୀୟ ଅଧ୍ୟାତ୍ମିକ ଦର୍ଶନକୁ ସ୍ୱାମୀ ବିବେକାନନ୍ଦ ଙ୍କ ଦାନ ଅତୁଳନୀୟ l ସେ ସବୁ ବେଳେ କହୁଥିଲେ ଉଠ ଜାଗ୍ରତ ହୁଅ ଏ ଜୀବନଟୀ ଅନ୍ୟ ମାନଙ୍କ ପାଇଁ ସମର୍ପିତ କର l ଯୁବ ଗୋଷ୍ଠି ସଚେତନ ହେଲେ ଭାରତ ଏକ ସୁନ୍ଦର ରାଷ୍ଟ୍ରରେ ପରିଣତ ହେବ l ଆଜିର ଯୁବ ଗୋଷ୍ଠି ଯେତିକି ମାତ୍ରାରେ ଉଦ୍ଭ୍ରାନ୍ତ ସେତିକି ମାତ୍ରାରେ ବିଶୃଙ୍ଖଳିତ ଏ ଭଳି ସମୟରେ ବିବେକାନନ୍ଦ ଙ୍କ ବାର୍ତ୍ତାକୁ ଅଧିକ ମାତ୍ରାରେ ପ୍ରଚାର ପ୍ରସାର କରି ଯୁବ ଗୋଷ୍ଠୀ ମାନଙ୍କ ଭିତରେ ସେହି ପ୍ରେରଣା ଜାଗ୍ରତ କରିବା ପାଇଁ ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ହାଜିପୁର ର ବିଂଶ ତମ ବାର୍ଷିକ ଉଚ୍ଛବରେ ରବିବାର ମତବ୍ୟକ୍ତ କରିଛନ୍ତି l ଅନୁଷ୍ଠାନର ସଭାପତି ବିଭୁଦତ୍ତ ସାହୁ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ଡ଼ଃ ଯୁଧିଷ୍ଠିର ଖଟୁଆ, ମୁଖ୍ୟ ବକ୍ତା ଭାବେ ଶିକ୍ଷୟତ୍ରୀ ସରୋଜିନୀ ରଥ,ସମାନୀୟ ଅତିଥି ଭାବେ ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ l ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ସମୀର କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟା ଦୀପ୍ତି ମୟୀ ଜେନା ବାର୍ଷିକ ବିବରଣୀ ପାଠକରିଥିଲେ l ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ନୃତ୍ୟ, ଗୀତ ପରିବେଷଣ କରିବାସହ ସାଂସ୍କୃତିକ କାର୍ଯ୍ୟ ମାନ ପରିବେଷଣ କରିଥିଲେ l ପ୍ରାରମ୍ଭରେ ଶିକ୍ଷା କେନ୍ଦ୍ରର ଗୁରୁମା ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l କୃତି ଛାତ୍ର ଛାତ୍ରୀ ମାନଂକୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଶେଷରେ ଧନ୍ୟବାଦ ଦେଇଥିଲେ ଗୁରୁମା ରୁଦ୍ରାଣୀ ପଣ୍ଡା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ by Proprietor Abhimanyu Maharana June 16, 2026 ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ by Proprietor Abhimanyu Maharana June 16, 2026 ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ by Proprietor Abhimanyu Maharana June 16, 2026 ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି by Proprietor Abhimanyu Maharana June 16, 2026