ସାହିତ୍ୟ ସମ୍ପର୍କକୁ ଯୋଡ଼େ ସମାଜକୁ ଗଢେ

୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ସାହିତ୍ୟ ସମ୍ପର୍କକୁ ଯୋଡ଼େ ସମାଜକୁ ଗଢେ l ସମାଜକୁ ଶୃଙ୍ଖଳିତ ଓ ମଣିଷ ଭିତରେ ଦିବ୍ୟ ଚେତନା ଭରିଦିଏ ବୋଲି ରବିବାର ଶିଶୁସାହିତ୍ୟିକ ନୃସିଂହ ପ୍ରସାଦ ମହାନ୍ତି ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଉଚ୍ଛବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଷାଢ଼ ସାହିତ୍ୟ ସଂସଦର ସଭାପତି କବି ପିତାମ୍ବର ମହାପାତ୍ର କହିଛନ୍ତି l

ସ୍ଥାନୀୟ ପାଇକଣ ବୁଢ଼ୀ ଜାଗୁଳାଇ ମନ୍ଦିର ଠାରେ ନୃସିଂହ ମହାନ୍ତି ଙ୍କ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ସଭା ପତିତ୍ୱ କରିଥିଲେ ବ୍ୟଙ୍ଗ କବି ପ୍ରତାପ କୁମାର ବେହେରା ସମାନନୀୟ ଅଥିତି ଭାବେ କବି ବନମାଳୀ ବେହେରା, ନିକୁଞ୍ଜ ବିହାରୀ ଭଞ୍ଜ,

ପ୍ରତିମା ମହାରଣା, ଛବିରାଣୀ ପତି, ବିଜୟ ଦଳାଇ, ବାବୁଲାଲ ପଲାଇ, ମନୋରଞ୍ଜନ ଓଝା, ଡମ୍ବରୁ ଧର ମହାନ୍ତ, ଅରୁଣ ପ୍ରଧାନ l ଆବାହକ ନାରାୟଣ ଭୋଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l ସମସ୍ତ ଅତିଥି ସ୍ବର୍ଗତ ନୃସିଂହ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲାବେଳେ ସ୍ୱାମୀ ବିବେକା ନନ୍ଦ ଙ୍କ ମଧ୍ୟ ଜୀବନା ଦର୍ଶନ ଉପରେ ଆଲୋକ ପାତ କରିଥିଲେ l ଏହି ପରି ପ୍ରେପେକ୍ଷୀରେ କବି କବୟିତ୍ରୀ ମାନଙ୍କ ଦ୍ୱାରା କବିତା ପାଠୋଉଛବ କରାଯାଇଥିଲା ଏହାକୁ ସଂଯୋଜନା କରିଥିଲେ ନିରୁପମା ରାଉତ ଓ ମିତାଞ୍ଜଳି ନାୟକ l ଶେଷରେ ଧନ୍ୟବାଦ ଦେଇଥିଲେ ବୀରବର ମଲ୍ଲିକ l

Exit mobile version