୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ବରିଷ୍ଠ ନାଗରିକ ଜନକଲ୍ୟାଣ ସଂଘ, ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣାର ୯ମ ବାର୍ଷିକ ଉତ୍ସବ ସରିପୂର୍ ଛକ ସ୍ଥିତ ଦୁର୍ଗା ମାଧବ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁରେନ୍ଦ୍ର ନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ ଯୋଗ ଦେଇ କହିଥିଲେ ଯେ ସରକାରୀ ସ୍ତରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗର ଉପଯୋଗ କରିବା ପାଇଁ ସଂଗଠନ ଦୃଢ଼ ରହିବା ଆବଶ୍ୟକ।

