Home ଓଡ଼ିଶା ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମ ଶ୍ରୀରାମ ମନ୍ଦିର ନିକଟ ପଡିଆ ଠାରେ ଦ୍ୱିତୀୟ ସୁକ ତେଲ ମହୋତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗୀର :-> ୪ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଯାଇଛି । ଏହି ମହୋତ୍ସବର ମୂଳ କ ଲକ୍ଷ୍ୟ ହେଉଛି ସୁକ ତେଲ ଅଵବାହିକାରେ ରହିଥିବା ଲୋକ କଳା ଓ ଲୋକ ନୃତ୍ୟର ପୁନରୁଦ୍ଧାର କରିବା । ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗୀର, ସୁକ ତେଲ ମହୋତ୍ସବ କମିଟି,ବାନ୍ଧନ ଘୋର ତଥା ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ କଳାକାର ଭାଗ ନେଇ ଲୁପ୍ତ ପ୍ରାୟ ନୃତ୍ୟ , ଗୀତ ପରିବେଷଣ କରିଥିଲେ । ଏତଦ୍ ବ୍ୟତୀତ ୨୦୦ରୁ ଉର୍ଦ୍ଧ୍ବ ଦଣ୍ଡ କଳାକାର ମଧ୍ୟ ଭାଗ ନେଇଥିଲେ । ପ୍ରତ୍ୟେକ ଦିନ କଳାକାର ସମାବେଶ ସହିତ ସନ୍ଧ୍ୟାରେ ସଂସ୍କୃତି ଚର୍ଚ୍ଚା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟନି ଉତ୍ସବରେ ଲୋଅର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଯୋଗ ଦେଇଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଦୁବାଇରେ ରହୁଥିବା ପ୍ରବାସୀ କଳା ସଂଗଠକ ପ୍ରଶାନ୍ତ ମେହେର ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଥିଲେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ କଣ୍ଠ ଶିଳ୍ପୀ ଶାଶ୍ୱତ କୁମାର ତ୍ରିପାଠୀ । ଦ୍ଵିତୀୟ ଓ ତୃତୀୟ ଦିନରେ ବିଭିନ୍ନ ସରକାରୀ ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉଦଯାପନୀ ସଭାରେ ବରିଷ୍ଠ ନେତା, ପୁର୍ବତନ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହ ଦେଓ , ମୁଖ୍ୟ ଅତିଥି, ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଦେଓ ଗାଁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ କୁମାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ବାଲୁକା କଳା । ସୁକ ତେଲ ନଦୀବନ୍ଧକୁ ଆଧାର କରି ଶ୍ରୀ ସାହୁ ୨୦୦ ଟନ ବାଲିରେ ନିର୍ମାଣ କରିଥିଲେ ଏହି କଳା କୃତି । ବିଭିନ୍ନ କ୍ଷେତ୍ରରେ କଳା,ସଂସ୍କୃତି ପ୍ରତି ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଜିତେନ୍ଦ୍ର ହରପାଲ ସାଂସ୍କୃତିକ କଳା କେନ୍ଦ୍ର ବଲାଙ୍ଗୀର,କଳାଜୀବୀ ଅନୁଷ୍ଠାନ,ବରଗଡ , ମା ଆଦ୍ୟଶକ୍ତି କଳା ପରିଷଦ, ଭଇଁଶା, ସଂଜ୍ୟୋତ୍ କଳା କେନ୍ଦ୍ର ,ବଲାଙ୍ଗୀର ଓ ଆଦିବାସୀ ଫୋକ ଦଳ,ଆର ଆର କଲୋନୀ ,ଝାଙ୍କରପାଲି ଦଳ । ବିଭିନ୍ନ ଦିବସରେ ସଙ୍ଗୀତ ପରିବେଷଣ କରିଥିଲେ ଶାଶ୍ୱତ କୁମାର ତ୍ରିପାଠୀ,ଟ୍ଵିଙ୍କିଲ ମହାପାତ୍ର, ବ୍ୟାସଦେବ ପୁରୋହିତ,ପଦ୍ମଶ୍ରୀ ଖଟେଇ,ଦିଲୀପ ସାହୁ,ନବୀନ କୁଅଁର,ସଂଗୀତା ଦାଶ ,ପ୍ରତାପ କୁମାର ସାହୁ ତଥା ସମ୍ମାନୀତ ଅତିଥି ଦେଓଗାଁ ବିଡ଼ିଓ ପ୍ରିୟ ରଞ୍ଜନ କୁମାର । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ମଳୟ ତ୍ରିପାଠୀ,ସତ୍ୟ ଗହୀର,ଶ୍ରୀମୟ ତ୍ରିପାଠୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ,ହରେକୃଷ୍ଣ ବୁଡେକ , ସର୍ଵକିତ ତ୍ରିପାଠୀ ଓ ହାଡ଼ିବନ୍ଧୁ ତ୍ରିପାଠୀ । ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିବା ବେଳେ ଏପରି ମହୋତ୍ସବ ଆୟୋଜନ କରିଥିବା ଉଦ୍ୟୋକ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026 ବହୁ ଚର୍ଚ୍ଚିତ "ବ୍ରାହ୍ମଣୀ ମାଉସୀ" ଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସମର୍ପଣ ବୃଦ୍ଧା ଶ୍ରମ ରେ ଥଇଥାନ by Proprietor Abhimanyu Maharana September 20, 2026 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026