Home ଓଡ଼ିଶା ବକ୍ସି ଜଗବନ୍ଧୁ ବିଦ୍ୟାଧର ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଦ୍ୟାଳୟ ହେଉଛି ଏକ ମନ୍ଦିର, ଶିକ୍ଷକ ହେଉଛନ୍ତି ଭଗବାନ ୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଶନିବାର ଅପରାହ୍ନରେ ବାଣପୁର ରୋଡ଼ ଅଲାହିଡିହସ୍ଥିତ ବି. ଜେ. ବି ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ସଭାପତି ବିଦ୍ୟା ମନ୍ଦିରର ପ୍ରଧାନlଚାର୍ଯ୍ୟ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଦ୍ୟା ମନ୍ଦିରର ପରିସର ମଧ୍ୟ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ଯୋଗଦେଇ ଶିକ୍ଷାର ଭାରତୀୟତା, ଶିଶୁ ମନ୍ଦିର ହେଉଛି ମଣିଷ ତିଆରି କାରଖାନା,ଉତ୍ତମ ନୀତି ଆଦର୍ଶ, ଉତ୍ତମ ଆଚାର ବ୍ୟବହାର,ଆଦର୍ଶ ଶିକ୍ଷକ ଥିଲେ ଆଦର୍ଶ ଶିକ୍ଷା ହୋଇ ପାରିବ ବୋଲି ଅଭିଭାଷଣରେ କହିଥିଲେ l ମୁଖ୍ୟ ବକ୍ତା ଭାବେ ବାଣପୁର ପ୍ରାକ୍ତନ ବି. ଇ.ଓ ସନାତନ ଜାଲି ଯୋଗ ଦେଇ ବିଦ୍ୟା ମନ୍ଦିର ହେଉଛି ଅlର୍ଦଶ ମଣିଷ ତିଆରି କାରଖାନା, ଆବଶ୍ୟକତାରେ ପୁର୍ଣ କରିବା, ଉତ୍ତମ ଚରିତ୍ର ଗଠନ, ଭଲ ମଣିଷ ଅପେକ୍ଷା କରିବା, ନୈତିକତା,ପରମ୍ପରା, ଐତିହ, ସଂକୃତି, ଧର୍ମ ହିଁ ଆମ ଜୀବନର ମାନବିନ୍ଦୁ,ଶୈଶିକ ପରିବେଶକୁ ସୃଦୃଢ କରିବା କଥା ଉର୍ନତ ମାନର ଶିକ୍ଷା ସମ୍ପର୍କରେ ଗୁରୁତ୍ୱlରୋପ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବାଣପୁର ଆଇ ଆଇ ସି ରମେଶ କୁମାର ଦେବତା , ଅତିଥି ଭାବେ ଗଣମାଧ୍ୟମ ପ୍ରତିନିଧି ଶକ୍ତି ପ୍ରସାଦ ମହାପାତ୍ର , ନାଚୁଣୀ ମହାବିଦ୍ୟାଳୟର ଗଣିତ ବିଭାଗ ଅଧ୍ୟାପକ ଅଜିତ କୁମାର ଦାଶ,ଟୁଇଟ ଵlର୍ଡର ଅଧକ୍ଷ ସୁରେଶ କୁମାର ଦାସ ଯୋଗଦେଇ ଗୁରୁ ଶିଷ୍ୟ ଭିତରେ ଉତ୍ତମ ସମ୍ପର୍କ, ସଂସ୍କlର, ଅଧାତ୍ମିକ, ମାନସିକ, ଶାରୀରିକ, ନିଜର ଇଛା ଶକ୍ତି,ସମାଜରେ ଜଣେ ଭଲ ମଣିଷ କିପରି ହୋଇ ପlରିବ ମତବ୍ୟକ୍ତ କରିଥିଲେ l l ଏହି ଅବସରରେ ପ୍ରାରମ୍ଭରେ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ବିଦ୍ୟାମନ୍ଦିରର ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ l ପରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିବାପରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଜାତୀୟ ସଙ୍ଗୀତ ପରିବେଷଣ ପରେ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଅlଚlର୍ଯ୍ୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ l ବିଭିନ୍ନ କ୍ଷେତ୍ରରେ ପାରଦଶ୍ରୀତା ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ଦେଇଥିଲେ l ବିଦ୍ୟାଳୟର ଗୁରଜୀ ଧନ୍ୟବାଦ ଅର୍ପଣ କରଥିଲେ lପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉତ୍ସବରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଓ ପରିଚାଳନା କମିଟି ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026