୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ନୂତନ ବର୍ଷ ଅବସରରେ ନିଲାମ୍ବୁ ଚିଲିକାର ତଟ ଦେଶରେ ରବିବାର ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଡକୁଳ ପାନ୍ଥନିବାସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅଧିନ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ବୋଲୋଗଡ଼, ନିରାକାରପୁର, ଟାଙ୍ଗୀ, କାଳୁପଡା, କୁହୁଡି, ସୋରଣ, ନାଚୁଣୀ, ଗମ୍ଭାରୀମୁଣ୍ଡା, ବାଣପୁର ଓ ବାଲୁଗାଁ ଅଞ୍ଚଳର ୧୧୫ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l

