୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :-> ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର ରେବଣାନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହ ଉଯାପିତ ହୋଇଯାଇଛି । ରବିବାର ଦିନ ଏହି ଉତ୍ସବ ବିଧିବଦ୍ଧ ଭାବେ ଉଦଯାପିତ କରିଛନ୍ତି ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଓଡ଼ିଶା ବିଧାନସଭା ଶ୍ରମତୀ ସୁରମା ପାଡ଼ି । ଏହି ବିଦ୍ୟାଳୟଟି ୧୯୭୪ ମସିହା ରେ ସ୍ଥାପିତ ହୋଇଥିଲା । ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଦ୍ୟାଳୟ ଆରମ୍ଭ ରୁ ପାଠ ପଢିଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଶ ଗ୍ରହଣ କରିଥିଲେ ।

