ରଣପୁର “ରଘୁନାଥ ଉଚ୍ଚ ବିଦ୍ୟାଳୟ” ମଝିଆ ଖଣ୍ଡର ୧୯୯୮ ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର “ରଘୁନାଥ ଉଚ୍ଚ ବିଦ୍ୟାଳୟ” ମଝିଆ ଖଣ୍ଡର ୧୯୯୮ ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ l ଶୀତ ଦିନ ହେତୁ ବର୍ତ୍ତମାନ ସାରା ଦେଶରେ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ, ସାଙ୍ଗ ସାଥି , ପରିବାର ଶହ ଦେଶ ବିଦେଶ ଭ୍ରମଣ କରିବା, ବିଭିନ୍ନ ସ୍ଥାନ ବୁଲି ଦେଖିବା, ଭୋଜି ଭାତ କରିବା ଆଦି ସବୁ ରାଜ୍ୟ, ଜିଲ୍ଲା , ଗାଁ ଗାଁ ରେ ଚାଲି ଥିବା ବେଳେ,

ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ମଣ୍ଡଳ “ରଘୁନାଥ ଉଚ୍ଚ ବିଦ୍ୟାଳୟ” ମଝିଆ ଖଣ୍ଡର ୧୯୯୮ ମସିହା ବ୍ୟଚର ପ୍ରାୟ ୩୦ ରୁ ଉର୍ଦ୍ଧ ସାଥି ସାଙ୍ଗମାନେ ପରିବାର ସହ ପ୍ରାୟ 60 ରୁ ଊର୍ଦ୍ଧ୍ବ ଏକତ୍ରିତ ହୋଇ ରାଜ ସୁନାଖଳା ନିକଟ କୋଟଗଡ଼ ଗୁମ୍ଫା ନିକଟରେ ଭୋଜି ଭାତ କରି ନୃତ୍ୟ ଗୀତ କରି ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ ।

ଉକ୍ତ ବ୍ୟାଚର୍ ପ୍ରଫୁଲ୍ଲ କୁମାର ନାୟକ, ଆଲୋକ ରଂଜନ ବିଶ୍ବାଳ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଧନ ରଂଜନ ପାତ୍ର, କିଶୋର ଚନ୍ଦ୍ର ପ୍ରଧାନ, ବିଜୟ ସେଠୀ, ପ୍ରଶାନ୍ତ ବଳିୟାର ସିଂ, ଲିଲି ରାଉତ, ପ୍ରମିଳା ସାହୂ,ସୁରେଶ କୁମାର ମହାନ୍ତି, କୀର୍ତ୍ତି ମୟୀ ସାହୁ ଓ ସମସ୍ତ ସହପାଠୀ ମାନଙ୍କ ସହଯୋଗର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ସମସ୍ତ ସାଙ୍ଗ ସାଥି ମାନେ ଅନନ୍ତ ଗୁମ୍ଫା ଓ ହନୁମାନ ମୂର୍ତ୍ତି ମିଳିତ ଭାବେ ଦର୍ଶନ କରିଥିଲେ । ପ୍ରାୟ ଦୀର୍ଘ ଦଶ ବର୍ଷ ଧରି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଥିବା ଜଣା ପଡିଛି l

Exit mobile version