Home ଓଡ଼ିଶା କେଦାରେଶ୍ୱର ୟୁଥ କ୍ଲବ ପକ୍ଷରୁ ରାୟପୁର କ୍ରିକେଟ କପ – ୨୦୨୫ ଆୟୋଜନ ପାଇଁ ପ୍ରେସ୍ ମିଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ବାରଙ୍ଗ ବ୍ଲକ କୁରାଙ୍ଗପ୍ରଧାନ ପଞ୍ଚାୟତର ବ୍ରାହ୍ମଣଝରିଲୋ ନିକଟସ୍ଥ ରାୟପୁର ଗ୍ରାମର କେଦାରେଶ୍ୱର ୟୁଥ କ୍ଲବ ପକ୍ଷରୁ କୋଲଷ୍ଟୋର ପଡିଆରେ ହେବାକୁ ଥିବା ରାୟପୁର କ୍ରିକେଟ କପ- ୨୦୨୫ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରେସ୍ କନଫରେନ୍ସ ସୋମବାର ଦିନ ରାୟପୁର ସ୍ଥିତ ବ୍ଲାକ ଫରେଷ୍ଟ ରେଷ୍ଟୁରାଣ୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରେସ୍ କନଫରେନ୍ସରେ ଯୋଗଦେଇ ରାୟପୁର ଗ୍ରାମର ସମାଜସେବୀ ଜୟନ୍ତ କୁମାର ଜେନା , ରାକେଶ କୁମାର ଜେନା ,ସୁଭେନ୍ଦୁ କୁମାର ଜେନା , ବିକ୍ରମ କିଶୋର ଜେନା, ଗଣେଶ ଚନ୍ଦ୍ର ସାହୁ , ପ୍ରମୁଖ ଯୋଗଦେଇ କହିଲେ ଯେ , ରାୟପୁର ୟୁଥ କ୍ଲବ ପକ୍ଷରୁ ୧୯୮୦ ମସିହାରୁ ଏହି କୋଲଷ୍ଟୋର ପଡିଆରେ କ୍ରୀକେଟ, ଫୁଟବଲ ଆଦି କ୍ରୀଡ଼ା ପ୍ରତିଯୋଗିତା କରିଆସିଛି । କେତେକ ଅସୁବିଧା ପାଇଁ ଏହି କ୍ଲବ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ ରଖିଥିଲା । ପିଲାମାନେ ଯେଉଁ କୋଲଷ୍ଟୋର ପଡିଆରେ ଖେଳୁଛନ୍ତି ପଡିଆ ମଝିରେ ଇଲେଭେନ କେ ଭି ତାର ଯାଇଥିଲା ବେଳେ ଦୁଇଟି ଖୁଣ୍ଟ ରହିଥିବାରୁ କ୍ରୀଡ଼ା ପ୍ରତିଯୋଗିତା ଏବଂ କ୍ରୀଡ଼ାବିତ୍ ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି । ଏହାକୁ ତୁରନ୍ତ ଅପସାରଣ କରିବା ଦିଗରେ ଗୋପାଳପୁର ବିଦ୍ୟୁତ ସବ ଡିଭିଜନର ସହକାରୀ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଆୟୋଜିତ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଚଳିତ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହା ଜାନୁଆରୀ ୨୬ ତାରିଖରେ ଫାଇନାଲର ମ୍ୟାଚ କରାଯାଇ ଉଦଯାପିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୩୦ ଗୋଟି ବଛା ବଛା କ୍ରିକେଟ ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଫାଇନାଲ ମ୍ୟାଚରେ ବିଜେତା ଟିମକୁ ନଗଦ ୫୦ ହଜାର ଟଙ୍କା ସହିତ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ । ସେହିପରି ରନର୍ସ ଟିମକୁ ୩୦ ହଜାର ଟଙ୍କ ଏବଂଟ୍ରଫି ପ୍ରଦାନ କରାଯିବା ସହିତ ମ୍ୟାନ ଅଫଦି ସିରିଜ ବିଜେତା ବ୍ୟାଟ୍ସ ମ୍ୟାନଙ୍କୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ କେଦାରେଶ୍ୱର ୟୁଥ କ୍ଲବର ସଦସ୍ୟ ମାନେ ପ୍ରସ୍ତୁତ ଅଛନ୍ତି ବୋଲି ଆୟୋଜକର କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ । ଏହି ପ୍ରେସ୍ ମିଟରେ କେଦାରେଶ୍ୱର ୟୁଥ କ୍ଲବର ସଦସ୍ୟ ଚନ୍ଦନ କୁମାର ଜେନା ,ଲିଟୁ ରଞ୍ଜନ ବାରିକ ,ବିରେନ କୁମାର ଜେନା, ସତ୍ୟଜୀତ ସାହୁ ,ରଜତ ମଲ୍ଲିକ, ହାପି ମହାକୁଡ଼ ,ଆୟାସ ଜେନାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥୀଲେ । Categories: ଓଡ଼ିଶା, କଟକ, ଖେଳ, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026