Home ଅପରାଧ ରାଜଧାନୀରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପ୍ରବାସୀ ଭାରତୀୟ ଦିବସରେ କରିଥିଲେ ନୃତ୍ୟ ପରିବେଷଣ – ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ । ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳରେ ବୋଲି ଜଣାପଡିଛି । ୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ମୃତଦେହ। ହଷ୍ଟେଲର ରୁମ ନମ୍ବର ୨୧ ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ସ୍ଥଳରେ ପରିବାର ଲୋକ ଓ ପୋଲିସର ଛାନଭିନ। ମୃତକ ଜଣଙ୍କ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ । ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳରେ ବୋଲି ଜଣାପଡିଛି । ପରିବାର ଲୋକଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଛାନଭିନ ଜାରି ରହିଛି । ଏହା ପ୍ରେମ ଜନିତ ନା ରାଗିଂ ଘଟଣା ନା ପରୀକ୍ଷା ଚାପରେ ଛାତ୍ରୀ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ସେ ନେଇ ତଦନ୍ତ ଚଳାଇଛି ପୋଲିସ । ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଗୈାର ମହନ ମହାନ୍ତି କହିଛନ୍ତି :- ‘‘ଆମର ଏଠି ଏଭଳି କିଛି ସମସ୍ୟା ଆଗରୁ ହୋଇନି । ଆଜି ସକାଳୁ ଏମିତି ଝିଅଟିଏ ଆତ୍ମହତ୍ୟା କରିଥିବା ନେଇ ଓ୍ବାର୍ଡେନ ଖବର ଦେଇଥିଲେ । ଖବର ପାଇ ଦେଖିଲୁ ଓ ପୋଲିସକୁ ଖବର ଦେଲୁ । ପିଲା ମଧ୍ୟ ସକାଳେ ତାକୁ ଦେଖିଛନ୍ତି ସେ ସକାଳୁ ରୁମ ବାହାରକୁ ଆସି ଫିଲ୍ଟରରୁ ପାଣି ନେଇଥିଲା । ସକାଳେ କ୍ଲାସ ଯିବା ପାଇଁ ଯେତେବେଳେ ପିଲା ଡାକିଛନ୍ତି ସେତେବେଳେ ତାର କବାଟ ବାଡେଇବା ପରେ କବାଟ ଖୋଲି ନଥିଲା । ଗତକାଲି ତା’ର ପରୀକ୍ଷା ସରିଥିଲା :- ସେ ଶୋଇପଡିଥିବା ଭାବି ଅନ୍ୟ ସହପାଠୀ ମାନେ କବାଟୁ ଧକ୍କା ପକାଇବା ପରେ ଖୋଲିଥିଲା। କବାଟ ଖୋଲିବା ପରେ ଝୁଲନ୍ତା ଅବସ୍ଥାରେ ଝିଅଟିକୁ ଦେଖିବାକୁ ପାଇଥିଲୁ। ଏନେଇ ପରିବାର ଲୋକଙ୍କୁ ଜଣେଇଥିଲୁ । ଗତକାଲି ତା’ର ପରୀକ୍ଷା ସରିଥିଲା । ସେ ଘରକୁ ଯିବାର ଥିଲା କ’ଣ ହେଲା କେଜାଣି ଆଜି ଏମିତି ଝିଅଟିକୁ ଦେଖିବାକୁ ମିଳିଥିଲା’’। ଗତ ପ୍ରବାସୀ ଭାରତୀୟ ଦିବସରେ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲା ଆତ୍ମହତ୍ୟା କରିଥିବା ଛାତ୍ରୀ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି । ସେପଟେ କ୍ୟାପିଟାଲ ଥାନା ଥାନାଧିକାରି ଦୟାନିଧି ନାୟକ କହିଛନ୍ତି :- ‘‘ତାଙ୍କ ସ୍ଥାନୀୟ ଅଭିଭାବକଙ୍କୁ ଡକାଯାଇଛି। ଏବେ ରୁମରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବେ । କିନ୍ତୁ ତାର ମୋବାଇଲରୁ କିଛି ତଥ୍ୟ ମିଳିଛି ତାକୁ ଆନାଲିସ କରାଯାଉଛି । ତାର ପରିଚୟ ମିଳିସାରିଛି ସେ କେନ୍ଦ୍ରାପଡା ର । କିନ୍ତୁ ତାର ରୁମରେ ଥିବା ଦୁଇ ରୁମମେଟ୍ ମଧ୍ୟରେ ଛୁଟିରେ ଯାଇଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରିବୁ । ଜଣେ ଅଧ୍ୟାପକ ତଥା ସୁପରିଟେଣ୍ଡ ନିମାକାନ୍ତ ରାଉତରାୟ କହିଛନ୍ତି :- ‘‘ବହୁତ ଭଲ ପିଲା ଭଲ ପାଠ ପଢେ। ହେଲେ ଫିଜିକାଲି ଏତେ ଫିଟ ନଥିଲା । ନାଚେ ବେଳେବେଳେ ଚେତାଶୂନ୍ୟ ହୋଇଯାଏ। ଭଲ ନାଚ କରେ। ଭଲ ପିଲା ଥିଲା । ସବୁ ପିଲା ପରୀକ୍ଷା ସରିଲା ପରେ ଘରକୁ ପଳାଇଥିଲେ ରୁମ ମେଟ୍ ମାନେ ନଥିଲେ। କାହିଁକି ଏମିତି କଲା ସେଟା ତ ଭଗବାନ କହିବେ । ନାଚ କରୁ କରୁ ବସି ପଡିବ। ବହୁତ ଦୁର୍ବଳ ପିଲା ଥିଲା । ଏଭଳି ଘଟଣା ପ୍ରଥମ। ୬୪ମସିହାରୁ ଏହା ପ୍ରଥମ । କ’ଣ ତା ମନ ଭିତରେ ଥିଲା ଜଣା ନାହିଁ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି ଗତ ପ୍ରବାସୀ ଭାରତୀୟ ଦିବସରେ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲା ଆତ୍ମହତ୍ୟା କରିଥିବା ଛାତ୍ରୀ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି ।ସେପଟେ କ୍ୟାପିଟାଲ ଥାନାଧିକାରି କହିଛନ୍ତି ‘‘ଏବେ ରୁମରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବେ । କିନ୍ତୁ ତାର ମୋବାଇଲରୁ କିଛି ତଥ୍ୟ ମିଳିଛି ତାକୁ ଆନାଲିସ କରାଯାଉଛି । ତାର ପରିଚୟ ମିଳିସାରିଛି ସେ କେନ୍ଦ୍ରାପଡା ର । କିନ୍ତୁ ତାର ରୁମରେ ଥିବା ଦୁଇ ରୁମମେଟ୍ ମଧ୍ୟରେ ଛୁଟିରେ ଯାଇଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରିବୁ :- ଏହି ଘଟଣାକୁ ନେଇ ଟ୍ବିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଛାତ୍ର ନେତା । ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘‘ସଂଗୀତ ମହାବିଦ୍ୟାଳୟରେ ଅଧକ୍ଷଙ୍କ ଅନିୟମିତତା ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରି ଶହ ଶହ ଛାତ୍ର ପୂର୍ବରୁ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ’’। ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଛନ୍ତି :- ଗତବର୍ଷ ସ୍ବାମୀଙ୍କ ଠୁ ଧୋକା ଖାଇ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଥିଲା । ମୃତ ସାମ୍ବାଦିକା ଜଣକ ସ୍ବାମୀଙ୍କ ପରକିୟା ସମ୍ପର୍କ ପାଇଁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏପରିକି ଦୁଇ ଜଣ ଝିଅଙ୍କ ସହିତ ତାଙ୍କ ସ୍ବାମୀ ଫେରାର ହେବା ପାଇଁ ଯୋଜନା କରିଥିବା ସାମ୍ବାଦିକା ଜଣକ ଜାଣିବାକୁ ପାଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ନିଜ ସୋସିଆଲ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଥିଲେ ମୃତ ସାମ୍ବାଦିକା । ସେହିପରି ଗତ 2023ରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା ସଫ୍ଟୱେର ଇଞ୍ଜିନିୟର ମୃତ୍ୟୁ ଘଟଣା । ସଫ୍ଟୱେୟାର ଇଞ୍ଜିନିଅର ଜଣକ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟଜିତ ମହାପାତ୍ରକୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଥିଲା । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା :- ଏହା ପୂର୍ବରୁ ଗତ 2022ରେ ବିଜେବି କଲେଜର ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବିଜେବି କଲେଜ ହଷ୍ଟେଲରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ଛାତ୍ରୀ। ତିନି ସନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହିନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ସୁଇସାଇଡ ନୋଟରେ ଲେଖିଥିଲେ । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026