ଖୋର୍ଦ୍ଧା ଜିଲ୍ଲାରେ ଗଠନ ହେଲା ; କରୋନା ସେବକ କାର୍ଯ୍ୟକ୍ରମ


ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଖୋର୍ଦ୍ଧା ଜିଲ୍ଲା :- ଆଜି ଖୋର୍ଦ୍ଧା ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ନଅଟି ବ୍ଲକ ଦୁଇଟି ପୌରପରିସଦ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳର ସମସ୍ତ ବିଡ଼ିଓ ଓ ନିର୍ବାହୀ ଅଧିକାରୀ,

ଉପଜିଲ୍ଲାପାଳ ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କୁ ନେଇ ଭିଡ଼ିଓ କନ୍ଫୋରେନ୍ସ ଜରିଆରେ ଆଲୋଚନା କରି ଜିଲ୍ଲା ସ୍ତରରେ କରୋନା ସେବକ ଗଠନ କରାଗଲା ଏହାପରେ ଏହି ସେବକମାନେ ସମସ୍ତ ବ୍ଲକ ,ଏନଏସି ଓ ପୌରପରିସଦର ୱାର୍ଡ,

ଗାଁମାନଙ୍କରେ ବୁଲି ସଚେତନତା ସୃଷ୍ଟି କରିବେ ଏବଂ ଏହାଦ୍ୱାରା କରୋନାମୁକାବିଲା ପାଇଁ ବେସ ସହାୟକହେବ ସେବାସହିତ ଲୋକମାନଙ୍କ ପାଖରେ ଉପଯୁକ୍ତ ବାର୍ତା ପହଞ୍ଚିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।(ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ)

Exit mobile version